୧୯ବର୍ଷ ହେଲା ଶୌଚାଳୟରେ ରହୁଛନ୍ତି ଏହି ବୃଦ୍ଧା

ତାମିଲନାଡୁର ମଦୁରାଇର ଏମିତି ଜଣେ ବୃଦ୍ଧାଙ୍କ ଫଟୋ ଭାଇରାଲ ହୋଇଛି ତାହା ଦେଖିଲେ ଆପଣଙ୍କ ଆଖିରୁ ମଧ୍ୟ ଝରି ପଡିବ ଲୁହ । ଏହି ୬୫ ବର୍ଷିୟା ମହିଳା ଜଣକ ଗତ ୧୯ ବର୍ଷ ହେଲାଣି ସାଧାରଣଙ୍କ ଶୌଚାଳରେ ରହୁଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, କୁରାପାଇ ନାମକ ଏହି ବୃଦ୍ଧା ଜଣକ ଗତ ୧୯ ବର୍ଷ ଧରି ତାମିଲନାଡୁର ମଦୁରାଇର ରାମନଦ କ୍ଷେତ୍ରର ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟରେ ରାତି କଟାଉଛନ୍ତି ।

ଶୌଚାଳୟ ସଫା କରି ପ୍ରତିଦିନ ୭୦ରୁ ୮୦ ଟଙ୍କା କମାଇଥାଏ ବୋଲି ସେ କୋହଭରା କଣ୍ଠରେ କହିଛନ୍ତି । ମିଡିଆ ଆଗରେ ବୃଦ୍ଧା ଜଣକ କହିଛନ୍ତି ଯେ, ଭତ୍ତା ପାଇବା ପାଇଁ ମୁଁ ଆବେଦନ କରିଥିଲେ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ଅଧିକାରୀଙ୍କ ସହ ମଧ୍ୟ ସଂପର୍କ କରିଥିଲି କିନ୍ତୁ ଫଳ କିଛି ମିଳିନଥିଲା । ସେ ଆହୁରି ମଧ୍ୟ କହିଛନ୍ତି ମୋ ପାଖରେ ଟଙ୍କା କମାଇବା ପାଇଁ ଆଉ କୌଣସି ଉପାୟ ନାହିଁ । ଏହି କାରଣରୁ ଏହି ଶୌଚାଳନରେ ନିବାସ କରୁଛି । ମୋର ଏକମାତ୍ର ପୁଅ ଥିଲେ ମଧ୍ୟ ସେ ମତେ ପଚରା ନଥିବା କହିଛନ୍ତି । ତାଙ୍କର ଏହି ଦୁଃଖ ଭରା କାହାଣି ଶୁଣିବା ପରେ କେତେକ ଲୋକ ତାଙ୍କ ସହାୟତା ଦେବା ପାଇଁ ହାତବଢାଇଛନ୍ତି । ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି ୟାଙଅକୁ ସହୟାତ କରିବା ଜରୁରୀ, ମୁଁ ଏଥିରେ ସାମିଲ ହେବାକୁ ପ୍ରସ୍ତୁତ ।

Loading...
>