fbpx
Home Viral ପୁଣି ଦେଖିବାକୁ ମିଳିଲା ଇନ୍ଦ୍ରଧନୁ ସାପ, ଫଟୋ ଭାଇରାଲ

ପୁଣି ଦେଖିବାକୁ ମିଳିଲା ଇନ୍ଦ୍ରଧନୁ ସାପ, ଫଟୋ ଭାଇରାଲ

ଓ୍ବାଶିଂଟନ୍‌: କିଛି ଖରାପ ଜିନିଷ ମଧ୍ୟରେ ଖୁବ୍‌ ସୁନ୍ଦର ଝଲକ ମଧ୍ୟ ଦେଖିବାକୁ ମିଳେ। ସେ ବୃକ୍ଷଲତା ହୁଅନ୍ତୁ କିମ୍ବା ଜୀବଜନ୍ତୁ। ଏମିତି ଏକ ସୁନ୍ଦର ଜୀବ ହେଉଛି ରେନ୍‌ବୋ ସାପ। ଇନ୍ଦ୍ରଧନୁ ପରି ସାତ ରଙ୍ଗ ଏହି ସାପ ଦେହରେ ଦେଖିବାକୁ ମିଳେ। ଏହି ପ୍ରଜାତିର ସାପ ବେଶ୍‌ ଆକର୍ଷଣୀୟ ଦେଖାଯା’ନ୍ତି। ୫୦ ବର୍ଷ ମଧ୍ୟରେ ଆମେରିକାର ଫ୍ଲୋରିଡା ଜଙ୍ଗଲରେ ଏପରି ସାପ ଦେଖିବାକୁ ମିଳେ। ଏହି ସାପର ଫଟୋ ଓକେଲା ନ୍ୟାଶନାଲ ଫରେଷ୍ଟ ଫେସବୁକ୍‌ ଆକାଉଣ୍ଟରେ ଶେୟାର ହୋଇଛି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ରଙ୍ଗୀନ ସାପର ଲମ୍ବ ୪ ଫୁଟ। ସାପର ବିଶେଷତ୍ୱ ହେଲା ଏହା ବିଷଧର ନୁହେଁ। ତେଣୁ କୌଣସି କ୍ଷତି କରେ ନାହିଁ। ଦୁନିଆରେ ଏହି ପ୍ରଜାତିର ସାପ କ୍ୱଚିତ୍‌ ଦେଖାଯା’ନ୍ତି। ୧୯୬୯ରେ ଫ୍ଲୋରିଡାରେ ଶେଷଥର ପାଇଁ ଏପରି ସାପ ଦେଖାଯାଇଥିଲା। କୁହାଯାଏ, ଏହା ବହୁତ ଲାଜୁଆ ସ୍ବଭାବର। ସାଧାରଣତଃ ପାଣି ଥିବା ସ୍ଥାନରେ ଏହି ସାପ ଦେଖିବାକୁ ମିଳେ। ଏହି ସାପବଂଶ ବିଲୁପ୍ତପ୍ରାୟ। ଫ୍ଲୋରିଡାର ବାୟୋଲୋଜିକାଲ ଡାୟବର୍ସିଟି ସେଣ୍ଟର ପକ୍ଷରୁ ୨୦୧୦ରେ ଏପରି ସାପବଂଶ ବଞ୍ଚାଇ ରଖିବା ପାଇଁ ଦାବି କରାଯାଇଥିଲା। ଫ୍ଲୋରିଡା ସଂଗ୍ରାହାଳୟ ଅନୁଯାୟୀ, ରୋଡମ୍ୟାନ୍‌ ଝରଣାର ଜଳସ୍ତର ପରିବର୍ତ୍ତନ ହେଉଥିବାରୁ ଏହି ସାପ ବାହାରକୁ ଚାଲିଆସିଛି। କହିରଖୁଛୁ, ଆମେରିକା ସରକାର ଏହାକୁ ବିଲୁପ୍ତ ପ୍ରାୟ ବୋଲି ଧରିନେଇଥିଲେ। ଏପରିକି ଏହି ସାପ ଖୋଜି ଆଣିଦେଲେ ୫୦୦ ଡଲାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ। ମାତ୍ର ଏବେ ଦ୍ୱିତୀୟ ଥର ପାଇଁ ଏହି ସାପ ଦେଖି ଫ୍ଲୋରିଡାବାସୀ ଆଖିକୁ ବିଶ୍ୱାସ କରିପାରୁନାହାନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଓଡ଼ିଶାବାସୀଙ୍କ ସହଯୋଗ ଓ ସଚେତନତା ପାଇଁ କମ୍ କେସ୍ ଆସିଛି : ସୁବ୍ରତ ବାଗଚୀ

ଭୁବନେଶ୍ୱର: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି ରାଜ୍ୟର...

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : ସବୁ ଜିଲ୍ଲାରେ ଖୋଲିବ COVID-19 ହସ୍ପିଟାଲ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଲାଗିଛି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଥିବା...

ଟି-୨୦ ବିଶ୍ୱକପ ନହେଲେ ଆଇପିଏଲ ହେବ : ସୂତ୍ର

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବହୁ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲଲ କରାଯାଇଛି । କ୍ରିକେଟର ସବୁଠୁ ବ୍ୟୟବହୁଳ ଓ ଆକର୍ଷଣୀୟ ଇଭେଣ୍ଟ ଆଇପିଏଲକୁ ମଧ୍ୟ...

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ସାଉଥବଲଣ୍ଡା:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଜ୍ୱାଳାମୁଖୀ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଗତକାଲି ନିଶାର୍ଦ୍ଧରେ ଚିହ୍ନଟ ହୋଇଯାଇଛି । ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪୦୦ମିଟର ଦୂରରେ ଥିବା ଅରା ବାଉଁଶବଣ ନିକଟସ୍ଥ...

Recent Comments

>