fbpx
Home Viral ସିଂହଛୁଆକୁ ଧରି ଗଛରେ ଚଢ଼ିଗଲା ମାଙ୍କଡ଼, ଫଟୋ ଭାଇରାଲ

ସିଂହଛୁଆକୁ ଧରି ଗଛରେ ଚଢ଼ିଗଲା ମାଙ୍କଡ଼, ଫଟୋ ଭାଇରାଲ

ଜୋହାନ୍ସ୍‌ବର୍ଗ: ଦକ୍ଷିଣଆଫ୍ରିକାର କ୍ରୁଗୁର ନ୍ୟାଶନାଲ ପାର୍କରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଗୋଟିଏ ମାଙ୍କଡ଼ ଏକ ସିଂହ ଛୁଆକୁ ଟେକି ନେଇ ଗଛ ଉପରକୁ ଚଢ଼ିଯାଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସିଂହଛୁଆଟିକୁ ମାଙ୍କଡ଼ ଗଛ ଉପରକୁ ନେଇ ତାକୁ କୋଳରେ ବସାଇବା ସହ ସ୍ନେହ ଆଦର କରୁଥିବା ଫଟୋରେ ଦେଖିବାକୁ ମିଳିଛି। ଏହି ଫଟୋଟିକୁ ପାର୍କର ସୁରକ୍ଷାକର୍ମୀ କର୍ଟ ସୁଲ୍‌ଟଜ୍‌ ଉଠାଇଛନ୍ତି।

ସେ କୁହନ୍ତି, ସିଂହ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ତେଣୁ ଏହି ଦୃଶ୍ୟଟି ତାଙ୍କ ହୃଦୟକୁ ଛୁଇଁଛି। କାରଣ ତାଙ୍କ ଜୀବନକାଳ ଭିତରେ ଏମିତି ଲାଇଭ୍‌ ସିନ୍‌ କେବେ ଦେଖି ନ ଥିଲେ। କର୍ଟ କୁହନ୍ତି, କିଛି ସମୟ ସେ ଭୟଭୀତ ହୋଇପଡ଼ିଥିଲେ। କାରଣ ମାଙ୍କଡ଼ ଦଳ ସିଂହ ଛୁଆ ଚାରିପଟେ ଏକାଠି ହୋଇଯାଇଥିଲେ। ମୋତେ ଲାଗୁଥିଲା ସିଂହଛୁଆଟିକୁ ମାଙ୍କଡ଼ ଦଳ ମାରିଦେବେ। କିନ୍ତୁ ମାଙ୍କଡ଼ଟି ସିଂହଛୁଆଟିକୁ ଧରି ଗଛ ଉପରକୁ ଚଢ଼ିଗଲା ପରେ ବେଶ୍‌ ଖୁସିରେ ଖେଳିବାରେ ଲାଗିଲା। ଏହି ଫଟୋକୁ ଏବେ ହଜାର ହଜାର ଲାଇକ୍‌ ମିଳିସାରିଲାଣି। କର୍ଟ କୁହନ୍ତି, ଏହି ଦୃଶ୍ୟ ଉପରେ ସେ ଏକ ଆନିମେଶନ ଫିଲ୍ମ ନିର୍ମାଣ କରିବେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଓଡ଼ିଶାବାସୀଙ୍କ ସହଯୋଗ ଓ ସଚେତନତା ପାଇଁ କମ୍ କେସ୍ ଆସିଛି : ସୁବ୍ରତ ବାଗଚୀ

ଭୁବନେଶ୍ୱର: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି ରାଜ୍ୟର...

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : ସବୁ ଜିଲ୍ଲାରେ ଖୋଲିବ COVID-19 ହସ୍ପିଟାଲ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଲାଗିଛି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଥିବା...

ଟି-୨୦ ବିଶ୍ୱକପ ନହେଲେ ଆଇପିଏଲ ହେବ : ସୂତ୍ର

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବହୁ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲଲ କରାଯାଇଛି । କ୍ରିକେଟର ସବୁଠୁ ବ୍ୟୟବହୁଳ ଓ ଆକର୍ଷଣୀୟ ଇଭେଣ୍ଟ ଆଇପିଏଲକୁ ମଧ୍ୟ...

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ସାଉଥବଲଣ୍ଡା:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଜ୍ୱାଳାମୁଖୀ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଗତକାଲି ନିଶାର୍ଦ୍ଧରେ ଚିହ୍ନଟ ହୋଇଯାଇଛି । ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪୦୦ମିଟର ଦୂରରେ ଥିବା ଅରା ବାଉଁଶବଣ ନିକଟସ୍ଥ...

Recent Comments

>