ଏହି ମାମଲାରେ କିଙ୍ଗ୍ ବନିଲେ ରୋହିତ

ନୂଆଦିଲ୍ଲୀ: ଭାରତର ଅନ୍ୟତମ ସଫଳ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ନିଜ ନାମରେ ଆଉ ଏକ ରେକର୍ଡ଼ ଯୋଡ଼ିଛନ୍ତି । ଟି-୨୦ ଅର୍ନ୍ତଜାତୀୟ ଫର୍ମାଟରେ ସେ ସର୍ବାଧିକ ସ୍କୋରର ହେବାର ଗୌରବ ଲାଭ କରିଛନ୍ତି । କ୍ରିକେଟ୍ ଇତିହାସରେ ତାଙ୍କ ପାଇଁ ଏହା ଏକ ବିରଳ ଉପଲବ୍ôଧ । ଟି-୨୦ ଫର୍ମାଟରେ ସର୍ବାଧିକ ରନ୍ ସଂଗ୍ରହ କରି ସେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ୍ ଗପଟିଲ୍, ସୋହେବ୍ ମଲ୍ଲିକ ଓ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ଼ ଗପଟିଲଙ୍କ ନାମରେ ରହିଥିଲା । ସେ ୨୨୭୨ ରନ୍ ସଂଗ୍ରହ କରିଥିବା ବେଳେ ରୋହିତ ଆଜି ତାହାକୁ ଅତିକ୍ରମ କରିଛନ୍ତି । ଏହି ମ୍ୟାଚ୍ରେ ଗପଟିଲ୍ ଖେଳୁନାହାଁନ୍ତି । ପାକିସ୍ତାନର ଅଲ୍ରାଉଣ୍ଡର ସୋଏବ୍ ମଲ୍ଲିକ ୨୨୬୩ ରନ୍ ସଂଗ୍ରହ କରି ତୃତୀୟ ସ୍ଥାନରେ ଥିବା ବେଳେ କୋହଲି ୨୧୬୭ ରନ୍ କରି ଚତୁର୍ଥ ସ୍ଥାନରେ ଅଛନ୍ତି । ରୋହିତଙ୍କୁ ଏହି ରେକର୍ଡ଼ ହାସଲ ପାଇଁ ଆଉ ୩୫ ରନ୍ ଆବଶ୍ୟକ ଥିଲା । ଆଜି ତାହାକୁ ସେ ପୂରଣ କରି ନିଜର ସ୍କୋରକୁ ୨୨୮୮ରେ ପହଞ୍ଚାଇଛନ୍ତି । ପ୍ରଥମ ଟି-୨୦ ମ୍ୟାଚ୍ରେ ବିଶେଷ କିଛି କରିପାରି ନଥିବା ବେଳେ ଏବେ ଚାଲିଥିବା ମ୍ୟାଚ୍ରେ ସେ ପ୍ରଭାବୀ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ସେହିପରି, ଏକ ଏକକ ବିପକ୍ଷ ଟିମ୍ ବିରୋଧରେ ସର୍ବାଧିକ ଛକ୍କା କରିବା ତାଲିକାରେ ମଧ୍ୟ ସେ କ୍ରିସ୍ ଗେଲ୍ଙ୍କୁ ଅତିକ୍ରମ କରିଛନ୍ତି । ଟି-୨୦ ପର୍ମାଟରେ ଶହେଟି ଛକ୍କା ପୂରଣ କରି ସେ ଗପଟିଲ୍ ଓ ଗେଲ୍ଙ୍କ କ୍ଲବରେ ସାମିଲ୍ ହୋଇଛନ୍ତି ।

Loading...
>