ଖୁବଶୀଘ୍ର ପିତା ହେବେ ଏହି ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ତଥା କ୍ରିକେଟର ଯୁବରାଜ ସିଂଙ୍କ ପତ୍ନୀ ହେଜେଲ କିଚ୍‌ ଖୁବ୍‌ ଶୀଘ୍ର ମାଆ ହେବାକୁ ଯାଉଛନ୍ତି। ୨୦୧୬ ଡିସେମ୍ବର ୩୦ରେ ଉଭୟଙ୍କ ବିବାହ କରିଥିବା ବେଳେ ପାଖାପାଖି ୨ବର୍ଷ ପରେ ଏମାନେ ମାତାପିତା ହେବାକୁ ଯାଉଥିବା ଜଣାପଡିଛି। ମୁମ୍ବାଇ ମିରର୍‌ର ସୂଚନା ଅନୁଯାୟୀ, ନିକଟରେ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବିବାହ ଉତ୍ସବକୁ ଆସିଥିବା ହେଜେଲ ଓ ଯୁବରାଜଙ୍କୁ ନେଇ ଏମିତି କିଛି କଥା ଆଲୋଚନା ହୋଇଥିବା ଜଣାପଡିଛି। ଏପଟେ ଯୁବିଙ୍କ ସହ ଯିବା ସମୟରେ ପତ୍ନୀ ହେଜେଲ ନିଜ ବେବି ବମ୍ପକୁ ଲୁଚାଇବା ଓ ବଡ ସତର୍କତାର ସହ ଚାଲୁଥିବା ଦେଖାଯାଇଥିଲା। ଯଦିଓ ଏହି ଖବରକୁ ଏମାନେ ଅଫିସିଆଲି ଘୋଷଣା କରି ନାହାଁନ୍ତି ତଥାପି ଯାହା ଅନୁମାନ ଲଗାଯାଇଛି ଖୁବ୍‌ ଶୀଘ୍ର ଏହି ଖୁସି ଖବର ସେ ତାଙ୍କର ଅଗଣିତ ପ୍ରଶଂସକଙ୍କୁ ଜଣାଇବେ।

Loading...
>