ମାତ୍ର ୪୫ ରନରେ ଅଲଆଉଟ୍ ହେଲା ବିଶ୍ୱ ବିଜୟୀ ଦଳ, ଟି-୨୦ରେ ସବୁଠୁ ଖରାପ ପ୍ରଦର୍ଶନ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱବିଜେତା ୱେଷ୍ଟଇଣ୍ଡିଜ ଦଳ ଇଂଲଣ୍ଡ ବିପକ୍ଷ ଏକ ମ୍ୟାଚରେ ୪୫ ରନ ଆଲଆଉଟ୍ ହୋଇ ଟି-୨୦ ଫର୍ମାଟରେ ସବୁଠୁ ଖରାପ ପ୍ରଦର୍ଶନ କରିଛି । ସେଣ୍ଟ କିଟ୍ସରେ ଖେଳାଯାଇଥିବା ଟି-୨୦ ମ୍ୟାଚକୁ ଇଂଲଣ୍ଡର ୧୩୭ ରନ ଜିତି ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ ଆଗୁଆ ୨-୦ ରହିଛି । ଏହି ମ୍ୟାଚରେ ଇଂଣ୍ଡର ପେସର କ୍ରିସ୍ ଜୋର୍ଡନ ଭଲ ବୋଲିଂ କରି ୪ ଉଇକେଟ୍ ନେଇଥିଲେ । ୧୮୩ରନ ବିଜୟ ଲକ୍ଷ୍ୟକୁ ପିଛା କରି ଇଣ୍ଡିଜ ଦଳ ମାତ୍ର ୪୫ ରନରେ ସୀମିତ ହୋଇଯାଇଥିଲେ ।
ମ୍ୟାଚରେ ଇଣ୍ଡିଜ ଦଳ ଟସ୍ ଜିଣି ପ୍ରଥମେ ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଇଂଲଣ୍ଡ ଦଳ ପ୍ରଥମରୁ ବିପର୍ଯ୍ୟୟର ସାମ୍ନା କରି ୩୨ ରନରେ ୪ ଉଇକେଟ ହରାଇ ସଂଘର୍ଷ କରିଥିଲା । କିନ୍ତୁ ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ୍ ଜଏ ରୁଟ୍ ଗୋଟିଏ ପଟେ ଆକର୍ଷଣୀୟ ସଟ୍ ମାନ ଖେଳି ୪୦ ବଲରେ ୫୫ ରନ କରିଥିଲେ । ତାଙ୍କର ଅର୍ଦ୍ଧଶତକ ବଲରେ ଇଂଲଣ୍ଡ ଏକ ଭଲ ସ୍କୋର କରିପାରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୧୮୨/୬ ରହିଥିଲା । ୧୮୩ରନର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଇଣ୍ଡିଜ କୌଣସି ବ୍ୟାଟ୍ସମ୍ୟାନ ୧୦ ରନ କରିପାରିନଥିଲେ । ଓପନର କ୍ରିସ୍ ଗେଲ୍ ୫ ରନ କରିଥିଲେ । ସେ ତୃତୀୟ ଓଭରର ତୃତୀୟ ବଲରେ ଆଉଟ୍ ହୋଇଥିଲେ । ସେହିପରି ସେହି ଓଭରରେ ମଧ୍ୟ ଅନ୍ୟ ଓପନର ସାଇ ହପ୍(୭) ରନରେ ଆଉଟ୍ ହୋଇଥିଲେ । ଏହା ପରେ ଇଣ୍ଡିଜ ବ୍ୟାଟିଂ ଲାଇନ୍ ତାସ୍ ପତା ଭଳି ଭୁଷୁଡିପଡିଥିଲା । ୧୧.୫ ବଲରେ ୪୫ ରନରେ ଦଳ ଅଲଆଉଟ୍ ହୋଇଯାଥିଲା । ଇଂଲଣ୍ଡ ପକ୍ଷରୁ କ୍ରିସ୍ ଜୋର୍ଡନଙ୍କୁ ୪ ଉଇକେଟ ମିଳିଥିବା ବେଳେ ବିଲି, ଫ୍ଲଙ୍କେଟ୍ ଓ ଆଦିଲ ରସିଦଙ୍କୁ ୨ଟି ଲେଖାଏଁ ଉଇକେଟ୍ ମିଳିଥିଲା ।

Loading...
>