ଭୁଟାନରେ ପତ୍ନୀଙ୍କ ସହ ଜନ୍ମଦିନ ପାଳିବେ ବିରାଟ

ଭାରତୀୟ କ୍ରିକେଟ ଦଳ ଏବେ ବାଂଲାଦେଶ ସହ ଟି-୨୦ ସିରିଜ୍‌ ଖେଳିବାରେ ବ୍ୟସ୍ତ ଅଛି। ଅଧିନାୟକ ବିରାଟ କୋହଲି ଏହି ସିରିଜରୁ ବିଶ୍ରାମ ନେଇ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ପଡୋଶୀ ଦେଶ ଭୂଟାନ ଗସ୍ତରେ ଯାଇଛନ୍ତି। ବିରାଟଙ୍କ ଜନ୍ମଦିନ ନଭେମ୍ବର ୫ରେ ଥିବାରୁ ଏହାକୁ ସ୍ବତନ୍ତ୍ର କରିବା ପାଇଁ ସେ ଭୂଟାନ ଯାଇଥିବା ଜଣାପଡିଛି। ବିରୁଷ୍କାଙ୍କୁ ସେଠାରେ ଜୋରଦାର ସ୍ବାଗତ କରାଯାଇଥିଲା। ଉଭୟ ସ୍ଥାନୀୟ ଲୋକଙ୍କ ସହ ମିଶି ଫଟୋ ଉଠାଇଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅନୁଷ୍କା ପ୍ରାୟ ଦୁଇବର୍ଷ ହେବ ସିନେ ଜଗତରୁ ନିଜକୁ ଦୂରେଇ ରଖିଛନ୍ତି।

Loading...
>