୮୭ ବର୍ଷିୟ ମହିଳା ପ୍ରଶଂସକଙ୍କୁ ଟିକେଟ୍ ଦେବେ କୋହଲି

ନୂଆଦିଲ୍ଲୀ: ବାଲାଂଦେଶ ବିପକ୍ଷରେ ବିଶ୍ୱକପ ମ୍ୟାଚ୍ ଅବସରରେ ପିଙ୍କାଲି ବଜାଇ ଇଣ୍ଟରନେଟରେ ଛାଇ ହୋଇଯାଇଥିବା ୮୭ବର୍ଷିୟ ଭାରତୀୟ ପ୍ରଶଂସକ କହିଛନ୍ତି ଅଧିନାୟକ ବିରାଟ କୋହଲି ତାଙ୍କୁ ଭାରତର ବାକି ଥିବା ୨/୩ ଟି ମ୍ୟାଚ୍ ପାଇଁ ଟିକେଟ୍ ଦେବେ । ଚାଲୁଲଦାପଟେଲ ପ୍ରତ୍ୟେକ ବାଉଣ୍ଡ୍ରି ସମୟରେ ପିଙ୍କାଲି ବଜାଇବା ସହ ତ୍ରିରଙ୍ଗା ଉଡାଇ ଖେଳାଳିମାନଙ୍କୁ ଉତ୍ସାହିତ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ ହୋଇପାରିଥିଲେ । ଏହାର ଝଲକ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମା ମଧ୍ୟ ଦେଖିଥିଲେ । ମ୍ୟାଚ ପରେ ଉଭୟେ ଏହି ମହିଳାଙ୍କୁ ଭେଟି ଆଶୀର୍ବଦ ନେଇଥିଲେ ।
ଚାରୁଲତା ଏକ ୱେବସାଇଟକୁ କହିଛନ୍ତି ଯେ, ବିରାଟ ମ୍ୟାଚ ପରେ ମୋତେ ସାକ୍ଷାତ କରିଥିଲେ । ବିରାଟ ମୋର ପାଦ ଛୁଇଁଥିଲେ ଓ ମୁଁ ଆଶର୍ବାଦ ଦେଇଥିଲି । ମୁଁ ତାଙ୍କୁ ଭଲ କାମ କରିବା ଜାର ରଖ ଓ ବିଶ୍ୱକପ ଜିତିବା ପାଇଁ କହିଥିଲି । ମୁଁ ସବୁବେଳେ ଭାରତୀୟ ଟିମ ସଫଳତା ପାଇଁ ପ୍ରାର୍ଥନା କରିଆସୁଛି । ମୁଁ ଆନ୍ତରିକ ସହ ଭାରତୀୟ ଟିମକୁ ଶୁଭକାମନା ଦେଉଛୁ । ଏହି ପ୍ରଶଂସକଙ୍କ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ବିରାଟ ତାଙ୍କୁ ବାକିଥିବା ଭାରତର ୨/୩ ଟି ମ୍ୟାଚ ଦେଖିବାକୁ ଆସିବାକୁ କହିଥିଲେ କିନ୍ତୁ ମୁଁ କହିଥିଲି ମୋ ପାଖରେ ଟିକେଟ୍ ନାହିଁ । ଏହାପରେ ସେ କହିଥିଲେ ଏଇଥି ପାଇଁ ଚିନ୍ତା କରନାହିଁ ମୁଁ ଆପଣଙ୍କୁ ଟିକେଟ ଦେବି ।

Loading...
>