ବିଏମଡବ୍ଲୁ କିଣିଲେ ଦୂତି

ଭୁବନେଶ୍ୱର: ଆଥଲେଟିକ ତଥା ଓଡିଶାର ଦୌଡରାଣୀ ଦୂତି ଚାନ୍ଦ ନିଜ ଜୀବନର ଇଚ୍ଛା ପୂରଣ କରିଛନ୍ତି । ପିଲା ଦିନୁ ସେ ବାପାମାଆଙ୍କ ପାଇଁ ଏକ ଘର ତୋଳିବା ଓ ନିଜ ପାଇଁ ଏକ ବିଳାସପୂଣ୍ୟ କାର କିଣିବା ପାଇଁ ଯେଉଁ ଇଚ୍ଛା ରଖିଥିଲେ ତାହା ଆଜି ପୂରଣ ହୋଇଛି ବୋଲି ଦୂତୀ ତାଙ୍କର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏସିଆନ୍ ଗେମ୍ସରେ ଉଭୟ ୧୦୦ ଓ ୨୦୦ ମିଟରରେ ଦୂତୀ ଦେଶ ପାଇଁ ରୂପା ଆଣିବା ଗୌରବ ଅର୍ଜନ କରିବା ପରେ ରାଜ୍ୟ ସରକାର ଓ ଅଲମ୍ପିକ କର୍ତ୍ତୃପକ୍ଷ ତାଙ୍କୁ କୋଟିଏ ଟଙ୍କାରୁ ଅଧିକ ପୁରସ୍କାର ରାଶି ସ୍ୱରୂପ ପ୍ରଦାନ କରିଥିଲେ ।

Loading...
>