fbpx
Home Sports ପୁଣି ଭାରତୀୟ ବ୍ୟାଟ୍ସମ୍ୟାନ ଫେଲ : ଦ୍ୱିତୀୟ ଟେଷ୍ଟରେ ୨୪୨ରେ ଅଟକିଲା

ପୁଣି ଭାରତୀୟ ବ୍ୟାଟ୍ସମ୍ୟାନ ଫେଲ : ଦ୍ୱିତୀୟ ଟେଷ୍ଟରେ ୨୪୨ରେ ଅଟକିଲା

ଖ୍ରୀଷ୍ଟଚର୍ଚ୍ଚ ୨୯।୦୨: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ୨ଟେଷ୍ଟରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ । ତେବେ ପ୍ରଥମ ବ୍ୟାଟିଂ କରିବା ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲା କିଓ୍ବି ଟିମ୍‌ । ଭାରତ ପ୍ରଥମ ଇନିଂସରେ ୬୩ଓଭର ଖେଳି ୨୪୨ରନ୍‌ କରିବାକୁ ସାମର୍ଥ ହୋଇଛି । ଭାରତ ପକ୍ଷରୁ ହନୁମା ବିହାରୀ ସର୍ବାଧିକ ୫୫ରନ୍‌ କରିଥିବା ବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ଜାମିସନ ସର୍ବାଧିକ ୫ଟି ଓ୍ବିକେଟ୍ ନେଇଛନ୍ତି ।ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଭାରତୀୟ ଟିମ୍‌ରୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ଦଳୀୟ ସ୍କୋର ୩୦ରନ ହୋଇଥିବା ବେଳେ ଓପନର ମୟଙ୍କ ଅଗ୍ରଓ୍ବାଲ ୭ରନ୍‌ କରି ଆଉଟ ହୋଇଥିଲେ । ପରେ ଅନ୍ତଜାର୍ତୀୟ ଟେଷ୍ଟ କ୍ୟାରିୟର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି ପୃଥ୍ବୀ ସା । ଦଳୀୟ ସ୍କୋର ୮୦ ରନ୍‌ ହୋଇଥିବା ବେଳେ ପୃଥୀ ୫୪ ରନ କରି ଆଉଟ ହୋଇଥିଲେ । ପରେ ଅଧିନାୟକ ବିରାଟ କୋହଲି ୩ରନ୍ ଓ ଆଜିଙ୍କ ରାହାଣେ ୭ରନ୍‌ କରି ପାଭିଲିୟନ୍ ଫେରିଯାଇଥିଲେ ।ତେବେ ଭାରତ ପକ୍ଷରୁ ୨ଟ ଟେଷ୍ଟର ପ୍ରଥମ ଇନିଂସ ରେ ୩ଜଣ ଖେଳାଳି ଅର୍ଦ୍ଧଶତକ ହାସଲ କରିଛନ୍ତି । ଯୁବ ବ୍ୟାଟସମ୍ୟାନ୍‌ ପୃଥୀ ୫୪ ରନ୍‌, ଚେତେଶ୍ବର ପୂଜାର ୫୪ ଓ ହନୁମ ବିହାର ୫୫ରନ୍‌ କରିଛନ୍ତି । ତେବେ ଏହି ୩ଜଣ ବ୍ୟାଟସମ୍ୟାନ୍‌ଙ୍କୁ ଛାଡି ଅନ୍ୟ କୌଣସି ବ୍ୟାଟସମ୍ୟାନ୍‌ ନ୍ୟୁଜିଲାଣ୍ଡର ବୋଲିଂ ଆଟାକ୍‌କୁ ସାମ୍ନା କରିପାରିନଥିଲେ । ଦଳର ୫ଜଣ ବ୍ୟାଟସମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରିନଥିଲେ ।  ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ଜାମିସନ ସର୍ବାଧିକ ୫ଟି ଓ୍ବିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ଓ ସାଉଦୀ ୨-୨ଲେଖାଏଁ ଓ୍ବିକେଟ୍‌ ନେଇଛନ୍ତି । ଏବଂ ଓ୍ବାଗନେର ଗୋଟିଏ ଓ୍ବିକେଟ୍‌ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ମହାମାରୀ କରୋନା ରାଜ୍ୟରେ ପ୍ରଥମ ମୁଣ୍ଡ ନେଇଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୭୨ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କ ଘର ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳରେ। ସେ ଏପ୍ରିଲ ୪...

ରାଜଧାନୀରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ପୁଣି ଜଣେ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ତାଙ୍କ ଘର  ୟୁନିଟ୍‌ ୪ ମଧୁସୂଦନ ନଗରରେ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଯୁବକ ଜଣକ ବୟସ...

କେନ୍ଦ୍ରାପଡାର ୧୨ ଗାଁ ୪୮ଘଣ୍ଟା ପାଇଁ ସିଲ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାର ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି। ଏହି ଯୁବକ ଜଣକ ଗତ ମାସ ୨୪ ତାରିଖରେ ଦୁବାଇରୁ ଫେରିଥିଲେ । ଏହି ସଂକ୍ରମିତ ଯୁବକ ଜଣକ...

ରିଲିଜ ହେଲା “ମୁସ୍କୁରାଏଗା ଇଣ୍ଡିଆ…ଫିର୍ ଜିତ ଜାଏଗା ଇଣ୍ଡିଆ’, ଭିଡିଓ ସେୟାର ବଲିଉଡ ଆକ୍ଟରଙ୍କୁ ସଲାମ ଜଣାଇଲେ ମୋଦି

ବିଶ୍ୱରେ କରୋନା ଭାଇରସର ପ୍ରକୋପକୁ ନଜର ରଖି ଫିଲ୍ମ ଜଗତର ଜଣାଶୁଣା ଅଭିନେତାଅଭିନେତ୍ରୀ ଏକଜୁଟ୍ ହୋଇଥିବା ଦର୍ଶାଇଛନ୍ତି । କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଡରକୁ ଦୂର କରିବା ପାଇଁ "ମୁସ୍କୁରାଏଗା ଇଣ୍ଡିଆ...ଫିର୍...

Recent Comments

>