ଏହି ବୋଲରଙ୍କୁ ଭୟ କରୁଥିଲେ ସେହ୍ୱାଗ, ଜାଣନ୍ତୁ ସେ କିଏ ?

ବିଶ୍ୱର ବହୁ ବିଧ୍ୱଂସକାରୀ ବୋଲରଙ୍କ ଆଖିରୁ ନିଦ ହଜାଇଥିବା ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ୱାଗ ପୁଣି ଜଣେ ବୋଲରଙ୍କୁ ଭୟ କରୁଥିଲେ ତାହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏ କଥା ଆମେ କହୁନାହୁଁ, ଖୋଦ୍ ସେହ୍ୱାଗ ଏହି କଥା କହିଛନ୍ତି । ଏକ ଚାଟ୍ ସୋ’ରେ ବିରେନ୍ଦ୍ର ସେହ୍ୱାଗ କହିଛନ୍ତି ଯେ, ସେ ମଧ୍ୟ ଜଣେ ବୋଲରଙ୍କୁ ଭୟ କରୁଥିଲେ । ସେ ବୋଲର ଜଣକ କିଏ ଆପଣ ଜାଣିବାକୁ ଚାହିଁ ରହିଥିବେ ନିଶ୍ଚୟ । ଆଉ ଆପଣଙ୍କ ଧୈର୍ଯ୍ୟର ପରାକ୍ଷା ନେବା ଠିକ୍ ହେବ ନାହିଁ । ଆମେ ଏଠାରେ ସେ ବୋଲରଙ୍କ ବିଷୟରେ କହୁଛୁ ।

ସେ ହେଉଛନ୍ତି ପାକିସ୍ତାନର ଏକ୍ସପ୍ରେସ ସୋଏବ ଅଖତର । ସେହ୍ୱାଗ କହିଛନ୍ତି ଯେ, ମୋତେ ସୋଏବ ଅଖତରଙ୍କ ବଲକୁ ସାମ୍ନା କରିବାକୁ ଭୟ ଲାଗିଥାଏ । କାରଣ ସେ କେତେବେଳେ ମୁଣ୍ଡ ଉପରକୁ ବୋଲ ମାରିଥାନ୍ତି ତ କେତେବେଳେ ଗୋଡକୁ ମାରି ଥାନ୍ତି । ସେ ମୋର ମୁଣ୍ଡ ଉପରେ ବହୁବାର ମାରିଛନ୍ତି ବୋଲି ସେହ୍ୱାଗ କହିଛନ୍ତି । ସେ ବାଉନ୍ସର ମାରିବା ନା ୟର୍କର ମାରିବେ ସେ କଥା ମୁଁ ବୁଝିପାରେନା । ତେଣୁ ତାଙ୍କ ବୋଲକୁ ସାମ୍ନା କରିବାକୁ ଭୟ ଲାଗିଥାଏ । କିନ୍ତୁ ସେ ଏ କଥା ମଧ୍ୟ କହିଛନ୍ତି ଯେ, ସୋଏବଙ୍କ ବୋଲରେ ବାଉଣ୍ଡ୍ରି ମାରିବା ଏକ ନିଆରା ମଜା ରହିଛି ବୋଲି ସେ କହିଛନ୍ତି । ସେହିପରି ଏହି ଚାଟ୍ ସୋ’ ପାକିସ୍ତାନ କ୍ରିକେଟର ସାହିଦ ଆଫ୍ରିଦ ମଧ୍ୟ ଯୋଗ ଦେଇଥିଲେ । ସେ କହିଛନ୍ତି କେବେବି ଚାହେଁନି ଯେ, ମୁଁ ସେହ୍ୱାଗ ବୋଲିଂ କରିବି । ସେ କିନ୍ତୁ ଏକଥା କହିଛନ୍ତି ଯେ, ମୋ ଖେଳିବା ସମୟରେ ମୁଁ କୌଣଳି ଖେଳାଳିଙ୍କୁ ଭୟ କରିନାହିଁ ।

Loading...
>