ଦ୍ୱିତୀୟ ଟି-୨୦ ହାରିଲା ଭାରତ, ସିରିଜ୍ ଆଗୁଆ ଜିତିଲା ନ୍ୟୁଜିଲାଣ୍ଡ

ଆକଲାଣ୍ଡ : ଏଠାରେ ଚାଲିଥିବା ଭାରତ ମହିଳା ଓ ନ୍ୟୁଜିଲାଣ୍ଡ ମହିଳା ଦଳ ମଧ୍ୟରେ ଦ୍ୱିତୀୟ ଟି-୨୦କୁ ନ୍ୟୁଜିଲାଣ୍ଡ ରୋମାଞ୍ଚକ ଭାବେ ଶେଷ ବଲରେ ଜିତି ତିନିଟିକିଆ ସିରିଜରେ ୨-୦ରେ ଆଗୁଆ ରହିଛି । ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ଟସ୍ ଜଣି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତ ପକ୍ଷରୁ ବ୍ୟାଟ୍ସଓମେନ ଜେମିମାହା ଅର୍ଦ୍ଧଶତକ ଓ ମନ୍ଧାନାଙ୍କ ଦାୟିତ୍ୱପୂର୍ଣ୍ଣ ୩୬ ରନ ବଲରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୩୫/୬ ରେ ପହଞ୍ଚିଥିଲା । ଅନ୍ୟ କୌଣସି ବ୍ୟାଟ୍ସଓମେନ ଦୁଇଅଙ୍କ ଛୁଇଁ ପାରିନଥିଲେ । ଦଳ ପକ୍ଷରୁ ସର୍ବାଧିକ ସ୍କୋର ଜେମିମାହ ୭୨ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ବୋଲିଂ ମାୟାରଙ୍କୁ ୨ଟି ଉଇକେଟ ମିଳିଥିଲା । ୨୩୬ରନ ଟାର୍ଗେଟକୁ ପିଛା କରି ନ୍ୟୁଜିଲାଣ୍ଡ ଦଳ ଶେଷ ବଲରେ ମ୍ୟାଚ୍ ଜିତିଥିଲା । ଦଳରୁ ସୁଜିଆ ସର୍ବାଧିକ ୬୨ ରନ୍ କରି ମ୍ୟାନ୍ ଅଫ୍ ଦି ପୁରସ୍କାର ବିବେଚିତ ହୋଇଥିଲେ ।

Loading...
>