ଆଇପିଏଲ୍ ପୂର୍ବରୁ ଚମକିଲେ ରାଇନା

ନୂଆଦିଲ୍ଲୀ : ଭାରତୀୟ ଟିମରୁ ବାଦ୍ ପଡିଥିବା ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଆଇପିଏଲ୍ ପୂର୍ବରୁ ଫର୍ମକୁ ଫେରିଛନ୍ତି । ସେ ସୟଦ ମୁସ୍ତକ ଅଲ୍ଲି ଟି-୨୦ ଟୁର୍ନାମେଣ୍ଟରେ ଉତ୍ତର ପ୍ରଦେଶ ପକ୍ଷରୁ ହାଇଦ୍ରାବାଦ ବିପକ୍ଷରେ ୩୫ ବଲରେ ୫୪ ରନ କରି ଦଳକୁ ୬ ଉଇକେଟ୍ ଜିତାଇଛନ୍ତି । ଏହି ମ୍ୟାଚରେ ହାଇଦ୍ରାବାଦ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ୭ ଉଇକେଟରେ ୧୩୯ ରନ କରିଥିଲା । ଦଳ ପକ୍ଷରୁ ସନ୍ଦୀପ ସର୍ବାଧିକ ୩୩ ରନ କରିଥିଲେ । ଉତ୍ତରପ୍ରଦେଶ ଦଳ ୧୮.୩ ବଲରେ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲା । ଦଳ ପକ୍ଷରୁ ରାଇନା ସର୍ବାଧିକ ୫୪ ରନ କରିଥିବା ବେଳେ ଓପନର ଉପେନ୍ଦ୍ର ଯାଦବ ୨୫ ଓ ସମର୍ଥ ସିଂ ୩୬ ରନ ଲେଖାଏଁ କରିଥିଲେ ।

Loading...
>