ବିଶ୍ୱକପରେ ଭାରତ ଓ ପାକ୍ ମ୍ୟାଚ ଉପରେ ସସପେନ୍ସ ଜାରି : ସରକାରଙ୍କ ଉପରକୁ ବଲ୍ ଫିଙ୍ଗିଲା ବିସିସିଆଇ

ନୂଆଦିଲ୍ଲୀ : ପୁଲୱାମା ଆତଙ୍କୀ ହାମଲା ପରେ ଦେଶବ୍ୟାପୀ ପାକିସ୍ତାନ ଉପରେ ଭୀଷଣ କ୍ଷୁବ୍ଧ ଅଛନ୍ତି । ଭାରତର ପ୍ରତ୍ୟେକ ନାଗରିକ ପାକିସ୍ତାକୁ ବୟକଟ କରିବାକୁ ଚାହୁଁଛନ୍ତି । ଏହା ଏବେ ଖେଳ ମୈଦାନରେ ପହଞ୍ଚିଛି । କ୍ରିକେଟ ବିଶ୍ୱକପ୍ ୨୦୧୯ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ବିସିସିଆଇର ଏକ ବିଶେଷ ସୂତ୍ରରୁ ଜଣାପଡିଛି ଯେ, ଟୁର୍ନାମେଣ୍ଟ ଆରମ୍ଭ ହେବା ଆଗରୁ ସରକାର ଏ ସଂପର୍କରେ ନିଷ୍ପତ୍ତି ନେବେ ଯେ, ପାକିସ୍ତାନ ସହ ମ୍ୟାଚ୍ ଖେଳାଯିବ କି ନାହିଁ ?
ଆଇସିସି ଓ ବିଶ୍ୱକପ୍ ୨୦୧୯ ସମିତିର ବିଶ୍ୱାସ ଯେ, ୧୬ ଜୁନରେ ହେବାକୁ ଥିବା ଭାରତ ଓ ପାକିସ୍ତାନ ମ୍ୟାଚ କାର୍ଯ୍ୟସୂଚୀ ଅନୁଯାୟୀ ହେବ । ଏ ପ୍ରସଂଗରେ ବିସିସିଆଇ ନିଜର ମତ ରଖିଛି । ଏଏନ୍ଆଇର ମୁତାବକ, ବିସିସିଆଇ ସୂତ୍ରରୁ ଜଣାପଡିଛି ଯେ, ଯଦି ବିଶ୍ୱକପରେ ଭାରତ ପାକିସ୍ତାନ ସହ ନ ଖେଳିବ ତେବେ ପାକିସ୍ତାନ ସପକ୍ଷରେ ପଏଣ୍ଟ ଯିବ । ଯଦି ସଂଯୋଗବଶତଃ ଫାଇନାଲ ମ୍ୟାଚରେ ପାକିସ୍ତାନ ଓ ଭାରତ ମଧ୍ୟରେ ମୁକାବିଲା ହୁଏ, କ’ଣ ପାକ୍ ନ ଖେଳି ଟ୍ରଫି ଜିତିଯିବକି ବୋଲି ମଧ୍ୟ ପ୍ରଶ୍ନ ଉଠାଇଛି ବିସିସିଆଇ । ଏ ସଂପର୍କରେ ବିସିସିଆଇ ଓ ଆଇସିସି ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନାହିଁ । ସୂତ୍ର ଅନୁଯାୟୀ ଜଣାପଡିଛି କିଛି ଦିନ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ସଂପର୍କରେ ଫଇସଲା ହୋଇଯିବ । ଏହି ପ୍ରସଂଗରେ ଆଇସିସିର କିଛି ନେଣାଦେଣା ନାହିଁ । ଯଦି ସରକାର ଚାହିଁବେ ଭାରତ ପାକିସ୍ତାନ ସହ ମ୍ୟାଚ୍ ନ ଖେଳୁ, ତେବେ ଆମେ ଖେଳିବୁନି ବୋଲି ବିସିସିଆଇ ସୂତ୍ରରୁ ଜଣାପଡିଛି ।

Loading...
>