ସୁପ୍ରିମକୋର୍ଟରୁ ଶ୍ରୀସାନ୍ଥଙ୍କୁ ମିଳିଲା ବଡ ଆଶ୍ୱସ୍ତି : ପୁଣି ଖେଳିପାରିବେ କ୍ରିକେଟ୍ !

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରୁ ଟିମ୍ ଇଣ୍ଡିଆର ପେସର ଶ୍ରୀସାନ୍ଥଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଏହି କ୍ରିକେଟର ପ୍ରତି ବିସିସିଆଇ ଦ୍ୱାରା ଲଗାଯାଇଥିବା ଆଜୀବନ ବାସନ୍ଦଦେଶାକୁ ସୁପ୍ରିମକୋର୍ଟ ଆଜି ହଟାଇ ଦେଇଛି । ଶ୍ରୀସନ୍ଥ ଏବେ ପୁଣି କ୍ରିକେଟ ଖେଳିପାରିବେ ବୋଲି କୁହାଯାଉଛି । ଏହା ସହ ମାନନୀୟ ସୁପ୍ରିମକୋର୍ଟ ବିସିସିଆଇର ପ୍ରଶାସନିକ କମିଟିକୁ ତିନି ମାସ ମଧ୍ୟରେ ଶ୍ରୀଶାନ୍ଥ ବିରୋଧରେ ହୋଇଥିବା ଅଭିଯୋଗ ବିଚାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟର ଏକ ବ୍ୟାଞ୍ଚ ବିସିସିଆଇକୁ କହିଛନ୍ତି ଯେ, ଶ୍ରୀସନ୍ଥଙ୍କୁ ଦିଆଯାଇଥିବା ଦଣ୍ଡ ଉପରେ ତିନି ମାସ ମଧ୍ୟରେ ଫଇସଲା କର । ଏବେ ବିସିସିଆଇକୁ ଶ୍ରୀସାନ୍ଥ ସଂପର୍କରେ ତିନି ମାସ ମଧ୍ୟରେ ଫଇସାଲ ଶୁଣାଇବାକୁ ପଡିବ ଓ ତାଙ୍କ ଉପରେ ଲଗାଯାଇଥିବା ବାସନ୍ଦକୁ ହଟାଇବା ପରେ ତାଙ୍କ ବିରୋଧରେ ଆଉ କି ପଦକ୍ଷେପ ନିଆଯିବ । ସୂଚନାଯୋଗ୍ୟ ଯେ, ବିସିସିଆଇ ଶ୍ରୀସାନ୍ଥଙ୍କୁ ଆଇପିଏଲ୍-୨୦୧୩ରେ ମ୍ୟାଚ୍ ଫିକ୍ସିଂ ପାଇଁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଆଜୀବନ ବାସନ୍ଦ କରିଥିଲା । ଏହା ବିରୁଦ୍ଧରେ ଶ୍ରୀସନ୍ଥ ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଥିଲେ । ଏହା ପୂର୍ବରୁ ବିସିସିଆଇ କୋର୍ଟ କହିଥିଲା ଯେ, ଶ୍ରୀସାନ୍ଥଙ୍କ ବିରୋଧରେ ଭ୍ରଷ୍ଟାଚାର, ସଟ୍ଟାବାଜୀ ଓ ଖେଳକୁ ବେଇଜ୍ଜିତ କରିବାର ଅଭିଯୋଗ ରହିଛି ।
ସୁପ୍ରିମକୋର୍ଟଙ୍କ ରାୟ ପରେ ଶ୍ରୀସାନ୍ଥ ମିଡିଆରେ ସାମ୍ନାକୁ ଆସିଛନ୍ତି । ସେ ସୁପ୍ରିମକୋର୍ଟ ଓ ନିଜ ଓକିଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀସାନ୍ଥ କହିଛନ୍ତି ଯେ, ମୁଁ ପଡିଆକୁ ଓହ୍ଲାଇବା ପାଇଁ ପୁରା ପ୍ରସ୍ତୁତ । ସେ କହିଛନ୍ତି ଯେ, ଲିଓଣ୍ଡର ପେସ ଯଦି ୪୫ ବର୍ଷ ବୟସରେ ଗ୍ରାଣ୍ଡସ୍ଲାମ୍ ଖେଳି ପାରୁଛନ୍ତୁ ମୁଁ କାହିଁକି କ୍ରିକେଟ ଖେଳିପାରିବିନି ।
ଉଲ୍ଲେଖଯୋଗ୍ୟ ଯେ, ଶ୍ରୀସାନ୍ଥ, ଅଙ୍କିତ ଚୌହାନ ଓ ଅଜି ଚାନ୍ଦିଲାଙ୍କ ସମତେ ୩୬ ଅଭିଯୁକ୍ତଙ୍କୁ ଜୁଲାଇ ୨୦୧୫ରେ ପାଟିୟାଳା ହାଉସ୍ କୋର୍ଟ ଦୋଷୀସାବ୍ୟସ୍ତ କରିଥିଲା ।

Loading...
>