ଅଷ୍ଟ୍ରେଲିଆ ଦଳକୁ ଫେରିଲେ ସ୍ମିଥ୍, ୱାର୍ଣ୍ଣର, ଖେଳିବେ ବିଶ୍ୱକପ୍

କାନବେରା: ବଲ ବିକୃତ ମାମଲାରେ ଫସି ଦୀର୍ଘ ଦିନ ପରେ ବାସନ୍ଦ ହେବା ପରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡାଭିଡ ୱାର୍ଣ୍ଣର ଓ ଷ୍ଟିଭ ସ୍ମିଥ ଅଷ୍ଟ୍ରେଲିଆ ଟିମକୁ ଫେରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଆଗାମୀ ମେ’ ମାସ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ବିଶ୍ୱକପର ଅଷ୍ଟ୍ରେଲିଆର ୧୫ ଜଣିଆ ଟିମରେ ୱାର୍ଣ୍ଣର ଓ ସ୍ମିଥଙ୍କୁ ସ୍ଥାନ ମିଳିଛି । ସଦ୍ୟତମ ୧୫ ଜଣିଆ ତାଲିକାରେ ପେଟର ହ୍ୟାଣ୍ଡସ୍କମ ଓ ଜୋସ ହେଜେଲବୁଡଙ୍କୁ ସ୍ଥାନ ମିଳି ନାହିଁ । କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ ସୋମବାର ଜାରି ହୋଇଥିବା ୧୫ ଜଣିଆ ବିଶ୍ୱକପ ଟିମରେ ହ୍ୟାଣ୍ଡସ୍କମକୁ ସ୍ଥାନ ମିଳିନାହିଁ । ମାତ୍ର ହ୍ୟାଣ୍ଡସ୍କମ ଉଭୟ କିପିଂ ଓ ବ୍ୟାଟିଂ ଲାଇନରେ ବିଗତ ଗୋଟିଏ ବର୍ଷ ମଧ୍ୟରେ ଭଲ ପ୍ରଦର୍ଶନ କରିଥିଲେ । ଟିମରେ ଉସମାନ ଖାୱାଜା ଓ ସନ ମାର୍ସଙ୍କୁ ସାମିଲ କରାଯାଇଛି । ଆରୋନ ଫିଞ୍ଚଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଇଂଲଣ୍ଡ ଗସ୍ତ କରିବ । ସୂଚନାଯୋଗ୍ୟ ଭାରତରେ ଚାଲିଥିବା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ହାଇଦ୍ରାବାଦ ଟିମରେ ଡାଭିଡ ୱାର୍ଣ୍ଣର ସଦସ୍ୟ ଅଛନ୍ତି । ସେହିଭଳି ରାଜସ୍ଥାନ ରୟାଲସର ଅନ୍ୟତମ ସଦସ୍ୟ ହେଉଛନ୍ତି ଷ୍ଟିଭ ସ୍ମିଥ ।

ଅଷ୍ଟ୍ରେଲିଆ ଟିମ: ଆରୋନ ଫିଞ୍ଚ (ଅଧିନାୟକ), ଜସନ ବେହେରେନଡ୍ରଫ, ଆଲେକ୍ସ କ୍ୟାରୀ (ୱିକେଟକିପର), ନାଥାନ କଲଟର ନାଇଲ, ପେଟ କମ୍ବିନ୍ସ, ଉସମାନ ଖାୱାଜା, ନାଥାନ ଲାୟନ, ସନ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ଜଏ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଚେଲ ସଣ୍ଟନର, ମାର୍କସ ଷ୍ଟୋଇନିସ, ଡାଭିଡ ୱାର୍ଣ୍ଣର, ଆଦାମ ଜାମ୍ପା ।

Loading...
>