ଶ୍ରେୟସ୍ ଆୟର କହିଲେ-ଟିମ ଇଣ୍ଡିଆରେ ସାମିଲ କେତେକ ଖେଳାଳିଠାରୁ ମୁଁ ବେହତର

ନୂଆଦିଲ୍ଲୀ : ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲର ଅଧିନାୟକ ଶ୍ରେୟସ ଆୟର ନିଜର ଏକ ବୟାନ ପାଇଁ ଚର୍ଚ୍ଚାରେ ରହିଛନ୍ତି । ସେ ଚୟନକର୍ତ୍ତାଙ୍କୁ ବେଫିକର କରି କହିଛନ୍ତି ଯେ, ଟିମ୍ ଇଣ୍ଡିଆରେ ସାମିଲ ହୋଇଥିବା କେତେକ ଖେଳାଳିଙ୍କଠାରୁ ସେ ବହୁଗୁଣ ଭଲ । ସେ କହିଛନ୍ତି ଯେ, ଚୟନକର୍ତ୍ତାଙ୍କୁ ଲାଗୁଛି ଯେ, ଟିମରେ ଯେଉଁମାନେ ଖେଳୁଛନ୍ତି ସେମାନେ ମୋ ଠାରୁ ବେହତର କିନ୍ତୁ ମୁଁ ଏମିତି ଭାବେନି । କିିଛିଦିନ ହେଲାଣି ମୋତେ ଖାଲି ଭଲ ଖେଳିବାକୁ ପରାମର୍ଶ ଦିଆଯାଉଛି କିନ୍ତୁ ଟିମରେ ସାମିଲ କରାଯାଉନି ବୋଲି ସେ କହିଛନ୍ତି । ଶ୍ରେୟସ କହିଛନ୍ତି ଯେ, ଏବେ ମୋର ନିଜର ଆଇପିଏଲ୍ ଉପରେ ରହିଛି । ଇଂଲଣ୍ଡ ହେବାକୁ ଥିବା ବିଶ୍ୱକପ୍ ପାଇଁ ମୁଁ ଏବେ ଚିନ୍ତା କରୁନି । ବିଶ୍ୱକପ ଖେଳିବା ମୋ ହାତରେ ନାହିଁ । ଯଦି ମୋର ଆଇପିଏଲ୍ ସିଜିନ ଭଲ ରହେ, ତେବେ ମୋତ ବିଶ୍ୱକପ ଟିମରେ ମଧ୍ୟ ଜାଗା ମିଳିପାରେ ବୋଲି କହିଛନ୍ତି । ଏହି ଅବସରରେ ତାଙ୍କ ଅଧିନାୟକତ୍ୱ ବିଷୟରେ କହିଛନ୍ତି ଯେ, ବ୍ୟାଟ୍ସମ୍ୟାନ ହିସାବରେ ମୋତେ ଏହି ଦାୟିତ୍ୱ ଖୁବ୍ ପରିପକ୍ୱ କରିଛି । ମୋତେ ଲାଗୁଛି ଯେ, ଲୋକମାନେ ଆମକୁ ଆଇପିଏଲର ଦାବିଦାର ମାନୁନାହାଁନ୍ତି କିନ୍ତୁ ଏହି ଧାରଣକୁ ମୁଁ ଭୁଲ କରିବାକୁ ଚେଷ୍ଟା କରିବି । ସୂଚନାଯୋଗ୍ୟ ଯେ, ଦିଲ୍ଲୀ କ୍ୟାପିଟାଲର କୋଚ ତଥା କିମ୍ବଦନ୍ତୀ କ୍ରିକେଟର ରିକି ପଣ୍ଟି କିଛି ଦିନ ତଳେ କହିଥିଲେ ଯେ, ଭାରତୀୟ ଟିମରେ ୪ ନଂ ସ୍ଥାନ ପାଇଁ ଶ୍ରେୟସ ଉପଯୁକ୍ତ । ତାଙ୍କୁ ଏହି ସ୍ଥାନରେ ଖେଳାଇଲେ ଭାରତକୁ ଫାଇଦା ହେବ ବୋଲି ସେ କହିଥିଲେ ।

Loading...
>