ଲଜ୍ଜାଜନକ ପରାଜୟ ପରେ ରୋହିତ କହିଲେ, ଆମେ ଏମିତି ହେବ ବୋଲି ଭାବି ବି ନଥିଲୁ

ହାମିଲଟନ : ହାମିଲଟନରେ ପୁଣି ଥରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ପେସରଙ୍କ ଆଗରେ ମୁଣ୍ଡ ନୁଆଁଇଛି । ଏହି ପଡିଆରେ ଭାରତ ଏହା ପୂର୍ବରୁ ୨୦୧୩ ମସିହାରେ ୧୨୩ ରନ ଅଲଆଉଟ୍ ହୋଇଥିଲା । ଆଜି ିକନ୍ତୁ ମାତ୍ର ୯୨ ରନ୍ ଅଲଆଉଟ୍ ହୋଇ ସବୁଠାର ବୃହତ ପରାଜୟ ସମ୍ମୁଖୀନ ହୋଇଛି । ଏହି ଲଜ୍ଜାଜନକ ପରାଜୟ ପରେ ରୋହିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ କହିଛନ୍ତି ଏମିତି ହେବ ବୋଲି ଆମେ ଭାବି ବି ନଥିଲୁ । ସେ କହିଛନ୍ତି ବିଗତ କିଛି ଦିନ ମଧ୍ୟରେ ଏହା ହେଉଛି ଆମର ଖରାପ ପ୍ରଦର୍ଶନ । ଭାରତୀୟଙ୍କ ଖରାପ ପ୍ରଦର୍ଶନ ଶ୍ରେୟ ନ୍ୟୁଜଲାଣ୍ଡ ବୋଲରମାନଙ୍କ ସେ ଦେଇଛନ୍ତି । ନ୍ୟୁଜିଲାଣ୍ଡ ପେସର ମାନେ ଯେପରି ବୋଲିଂ କଲେ ତାହା ଅବିଶ୍ୱସନୀୟ । ଏହି ସୁଇଂ ପିଚ୍ ଆମେ ଦେଖି ଚାହିଁ ବ୍ୟାଟିଂ କରିବା କଥା, କିନ୍ତୁ ତାହା ହୋଇନଥିଲା । ଆମେ କେତେକ ଖରାପ୍ ସଟ୍ ଖେଳି ମଧ୍ୟ ଆଉଟ୍ ହୋଇଥିଲୁ । ଆମେ ଦେଶ ପାଇଁ ଖେଳୁଛୁ ସବୁବେଳେ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିଥାଉ । ଏଠାରେ ବଲ୍ ସୁଇଂ ହେବ ବୋଲି ଆମକୁ ଜଣାଥିଲା । ଏ ନେଇ ଆଗର ରଣକୌଶଳ କରିବା କଥା ବୋଲି ସେ କହିଥିଲେ । ସେ ଆହୁରି କହିଛନ୍ତି ପ୍ରତ୍ୟେକ ବିଶ୍ୱସ୍ତରୀୟ ଦଳ ମ୍ୟାଚ୍ ଜିତିବା ପାଇଁ ଖେଳିଥାନ୍ତି, କିନ୍ତୁ ଆମେ ଏଥିରୁ ବିଫଳ ହେଲୁ ।

Loading...
>