ପତ୍ନୀ ରିତିକାଙ୍କୁ ଝୁରୁଛନ୍ତି ରୋହିତ, ପୋଷ୍ଟ କଲେ ଏମିତିକା ଫଟୋ

ଭାରତୀୟ କ୍ରିକେଟ ଟିମର ହିଟମ୍ୟାନ ଭାବରେ ପରିଚିତ ରୋହିତ ଶର୍ମା ଓ ଶିଧର ଧାୱନ ଯୋଡି ଆଜି ସଚିନ-ସେହ୍ୱାଗଙ୍କ ଯୋଡିଙ୍କୁ ପଛରେ ପକାଇ ଏକ ରେକର୍ଡ ସ୍ଥାପନ କରିଛନ୍ତି । କିନ୍ତୁ ରୋହିତ ନିଜର ପତ୍ନି ରିତିକା ସଜଦେହଙ୍କ ବହୁତ ଝୁରୁଥିବା ଜଣାପଡିଛି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ଏହା ସ୍ପଷ୍ଟ ବାରି ହୋଇପଡୁଛି । ରୋହିତ ନିକଟରେ ଇଷ୍ଟ୍ରାଗ୍ରାମରେ ନିଜର ଓ ପତ୍ନୀ ରିତିକାଙ୍କ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ନିଜର ରିତିକାଙ୍କୁ ମିସ୍ କରୁଛନ୍ତି । ଏହି ଫଟୋ ପୋଷ୍ଟ ହେବା ପରେ ରିତିକା ମଧ୍ୟ ସଙ୍ଗେ ସଙ୍ଗେ ଉତ୍ତର ଦେଇଥିଲେ । ସେ ମଧ୍ୟ କହିଛନ୍ତି ଯେ, ମୁଁ ମଧ୍ୟ ତୁମକୁ ମିସ୍ କରୁଛି । ସୂଚନାଯୋଗ୍ୟ ଯେ, ରୋହିତ ଓ ରିତିକା ସୋସିଆଲ ମିଡିଆରେ ଖୁବ ସକ୍ରିୟ । ଏହି ମାଧ୍ୟରେ ନିଜର ପ୍ରେମକୁ ଜାହିର କରନ୍ତି । ରୋହିତ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ବେଳେ ରିତିକା ଏବେ ଭାରତରେ ନିଜର ନବଜାତ ଶିଶୁକନ୍ୟାଙ୍କ ସହ ଅଛନ୍ତି ।

Loading...
>