ସ୍ପିନରଙ୍କ ଆଗରେ ନତମସ୍ତକ ହେଲା ଆରସିବି : ୭୦ ରନରେ ଅଟକିଲା

ଚେନ୍ନାଇ : ଏଠାରେ ଆରମ୍ଭ ହୋଇଥିବା ଆଇପିଏଲ-୧୨ର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଜାରି ରହିଛି । ପ୍ରଥମ ବ୍ୟାଟିଂ କରି ଆରସିବି ଦଳ ମାତ୍ର ୭୦ ରନରେ ଅଲଆଉଟ ହୋଇଯାଇଛି । ଚେନ୍ନାଇର ସ୍ପିନରମାନଙ୍କୁ ଉଚିତ୍ ମୁକାବିଲା କରିନପାରିନଥିଲା ଆରସିବି । ଆରସିବିକୁ ପ୍ରଥମ ଝଟକା ଭାବେ ଅଧିନାୟକ ବିରାଟ କୋହଲି(୬) ଲାଗିଥିଲା । ସେହିପରି ମୋଇନ ଅଲ୍ଲି(୯), ଏବି ଡିଭିଲିୟର୍ସ (୯), ହେଟମେୟର(୦) । ଏହାପରେ ଶିବମ ଦୁବେ ବ୍ୟାଟିଂ କରିବାକୁ ଆସି ମାତ୍ର ୨ ରନ କରି ଆଉଟ୍ ହୋଇଥିଲେ । ୧୦.୩ଓଭରରେ ଗ୍ରାଣ୍ଡହୋମେ ମାତ୍ର ୪ ରନ କରି ଆଉଟ୍ ହୋଇଥିଲେ । ଶେଷ ଉଇକେଟ ଡି ବ୍ରୋଭା ନାମରେ ରହିଥିଲା । ଆରସିବି ପକ୍ଷରୁ ପାର୍ଟିକ ପଟେଲ ସର୍ବାଧିକ ୨୯ରନ କରିଥିଲେ । ହରଭଜନ ଓ ତାହିରଙ୍କୁ ୩ଟି ଲେଖାଏଁ ଉଇକେଟ ମିଳିଥିବା ବେଳେ ଜାଡଜାଙ୍କୁ ୨ଟି ଉଇକେଟ ମିଳିଥିଲା ।

Loading...
>