ପନ୍ତଙ୍କୁ ଏହି ପରାମର୍ଶ ଦେଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତ ପାଇଁ ପ୍ରତିଭାସମ୍ପନ୍ନ ୱିକେଟ୍ କିର ତଥା ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ଥ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିଲେ ମଧ୍ୟ ତାଙ୍କର ଖେଳର କିଛି ଦିଗକୁ ନେଇ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଖୋଲା ମନ୍ତବ୍ୟ ଦେଇଛନ୍ତି । ଏହି ମନ୍ତବ୍ୟ ସକରାତ୍ମକ । ସେ ତାଙ୍କୁ ପରାମର୍ଶ ଦେଇଛନ୍ତି ଯେ, ଭଲ ଖେଳିବା ସହିତ ଗେମ୍କୁ କିରି ସହଜ କରାଯାଇ ପାରିବ ତାହା ମଧ୍ୟ ଶିଖିବାର ଆବଶ୍ୟକତା ରହିଛି । ଏହି କଳାକୁ ସ୍କି ର ବିରାଟ କୋହଲିଙ୍କ ଠାରୁ ଶିଖିବା ଲାଗି ଗାଙ୍ଗୁଲି ତାଙ୍କୁ ପରାମର୍ଶ ଦେଇଛନ୍ତି । ବ୍ରିସ୍ବେନ୍ ଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ରେ ପନ୍ଥଙ୍କ ଦୁର୍ଭାଗ୍ୟଜନକ ଆଉଟ୍ ଅଷ୍ଟ୍ରେଲିଆକୁ ସୁହାଇଲା । ଏଥିରେ ଭାରତ ପରାସ୍ତ ହେବା ପରେ ପନ୍ଥଙ୍କୁ ନେଇ କୋଚ୍ ସମୀକ୍ଷା କରିଥିଲେ । ଗାଙ୍ଗୁଲି ତାଙ୍କର ପ୍ରତ୍ୟେକ ବ୍ୟାଟିଂକୁ ଲକ୍ଷ୍ୟ କରିଥିଲେ । ଏହାପରେ ସେ ତାଙ୍କର ଖେଳିବା ଶୈଳୀ କୁ ନେଇ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି । ଗାଙ୍ଗୁଲି କହିଛନ୍ତି ଯେ, ପନ୍ଥ ଜଣେ ଚମତ୍କାର କ୍ରିକେଟର ।
ଏଥିରେ ସନ୍ଦେହ ନାହିଁ । ଭାରତୀୟ କ୍ରିକେଟରେ ସେ ଅନ୍ୟତମ ଭବିଷ୍ୟତ । ତାଙ୍କଠାରେ ରନ୍ କ୍ଷୁଧା ରହିଛି ଏବଂ ତାହାକୁ ସେ ଅନୁସରଣ ମଧ୍ୟ କରୁଛନ୍ତି । ତେବେ ଯେଉଁ ଦିଗଟି ଉପରେ ସେ ଅଧିକ ଧ୍ୟାନ ଦେବା ଉଚିତ୍ ତାହା ହେଉଛି ବ୍ୟାଟିଂକୁ କିରି ସହଜ କରାଯାଇପାରିବ । ତା’ହେଲେ ଯାହା ଖେଳ ନିଜ ନିୟନ୍ତ୍ରଣକୁ ଆସିାରିବ । ଏଥିାଇଁ
ପନ୍ଥ ତାଙ୍କର ସିନିୟର କ୍ରିକେଟର କୋହଲିଙ୍କୁ ଅନୁଗମନ କରନ୍ତି । ତାଙ୍କଠାରୁ ଏହି କଳାକୁ ସଂପୂର୍ଣ୍ଣ ଭାବରେ ଶିଖିବାର ଆବଶ୍ୟକତା ରହିଛି । ଏହାଦ୍ୱାରା ସେ ଜଣେ ପୂର୍ଣ୍ଣାଙ୍ଗ କ୍ରିକେଟର ହୋଇପାରିବେ ବୋଲି ଗାଙ୍ଗୁଲି କହିଛନ୍ତି ।

Loading...
>