ପନ୍ତଙ୍କୁ ଟେଷ୍ଟ ଦଳରେ କାହିଁକି ନିଆଯାଇଛି ସେ ସଂପର୍କରେ କ’ଣ କହିଲେ ଶାସ୍ତ୍ରୀ

ନୂଆଦିଲ୍ଲୀ : ଟିମ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ କହିଛନ୍ତି, ଋଷଭ ପନ୍ଥ ଇଂଲଣ୍ଡ ବିରୋଧରେ ଖେଳାଯିବାକୁ ଥିବା ୫ଟି ଟେଷ୍ଟ ମ୍ୟାଚରେ ସାମିଲ ହେବାକୁ ଯୋଗ୍ୟତା ରଖିଛନ୍ତି । କାରଣ ସେ ଭଲ ପ୍ରଦର୍ଶନ କରି ଏହା ପ୍ରମାଣିତ କରିଛନ୍ତି । ଭାରତୀୟ ଟିମକୁ ବର୍ତ୍ତମାନ ଏକ ୱିକେଟ କିପର-ବ୍ୟାଟସମ୍ୟାନ ପ୍ରସ୍ତୁତ କରାଯିବାର ଆବଶ୍ୟକତା ଅଛି । ଏଥି ପାଇଁ ଯୁବ କ୍ରିକେଟରଙ୍କ ଆବଶ୍ୟକତା ଅଛି । ଏସବୁ ଦୃଷ୍ଟିରୁ ପନ୍ଥଙ୍କ ଯୋଗ୍ୟତା ରହିଛି ଯେ, ସେ ଭାରତୀୟ ଟିମରେ ଭଲ ପ୍ରଦର୍ଶନ କରିପାରିବେ ।

ଶାସ୍ତ୍ରୀ ଇଏସପିଏନକ୍ରିକଇନଫୋକୁ ଏକ ସାକ୍ଷାତକାରରେ କହିଛନ୍ତି, ପନ୍ଥ ଇଣ୍ଡିଆ-ଏରୁ ଖେଳି ଟେଷ୍ଟ ମ୍ୟାଚରେ ରନ ସଂଗ୍ରହ କରିଥିଲେ । ସେଥିପାଇଁ ତାଙ୍କୁ ବରିଷ୍ଠ ଟିମରେ ସ୍ଥାନ ଦିଆଯାଇଛି । ଚୟନକାରୀ ସମିତି ପନ୍ଥକୁ ଚୟନ କରି ବଡ ବୋଲ୍ଡ ପଦକ୍ଷେପ ନେଇଛନ୍ତି ବୋଲି ଶାସ୍ତ୍ରୀଙ୍କୁ ପଚରାଯିବାରୁ, ସେ କହିଛନ୍ତି ବୋଲ୍ଡ କ’ଣ? ସେ ‘ଇଣ୍ଡିଆ-ଏ’ରୁ ଖେଳି ରନ ସଂଗ୍ରହ କରିଥିଲେ । ସେ ଜଣେ ଯୁବ ଖେଳାଳି । ଆମକୁ ଆଉ ଜଣେ ୱିକେଟକିପର ତିଆରି କରିବାର ଅଛି ।

ଶାସ୍ତ୍ରୀ କହିଛନ୍ତି, ପନ୍ଥଙ୍କ ନିକଟରେ ଏହି ପ୍ରତିଭା ଅଛି । ତାଙ୍କର ବ୍ୟାଟିଙ୍ଗ ଶୈଳୀରେ ଭିନ୍ନତା ଦେଖିବାକୁ ମିଳିଥାଏ । ତାଙ୍କ ପାଖରେ ମ୍ୟାଚର ସ୍ଥିତିକୁ ବଦଳାଇବାର କ୍ଷମତା ରହିଛି । ସେଥିପାଇଁ ତାଙ୍କୁ କାହିଁକି ସୁଯୋଗ ଦିଆ ନଯିବ । ପୂର୍ବରୁ ଶାସ୍ତ୍ରୀ କହିଥିଲେ ଅଧିନାୟକ ବିରାଟ କୋହଲ ଇଂଲଣ୍ଡର ଜନତାଙ୍କ ସମ୍ମୁଖରେ ରନ ସଂଗ୍ରହ କରିବା ପାଇଁ ଭୋକରେ ଅଛନ୍ତି । କୋହଲି ଗତ ଇଂଲଣ୍ଡ ଗସ୍ତ ଭଲ ନଥିଲା କିନ୍ତୁ ବିଗତ ୪ ବର୍ଷ ମଧ୍ୟରେ ସେ ଅନେକ ବଦଳି ଯାଇଛନ୍ତି ।

Loading...
Loading...
>