ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କ ନାମରେ ସର୍ବଶ୍ରେଷ୍ଠ ଓପନିଂ ଭାଗିଦାରୀ ରେକର୍ଡ

ନୂଆଦିଲ୍ଲୀ:ଜିମ୍ବାଓ୍ଵେ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚରେ ପାକିସ୍ତାନର ଓପନିଂ ଯୋଡି ଶୁକ୍ରବାର ଓପନିଂ ଓ୍ଵିକେଟରେ  ବିଶ୍ଵ ରେକର୍ଡ ନିଜ ନାମରେ କରିଛନ୍ତି।  ପାକିସ୍ତାନ ଦଳର ଓପନର ଇମାମ ଉଲ ହକ ଓ ଫକର ଜମାନଙ୍କ ଯୋଡି ପ୍ରଥମ ଓ୍ଵିକେଟରେ ୩୦୪ ରନ କରି ଏହି କିର୍ତ୍ତୀମାନ ସ୍ଥାପନ କରିଛନ୍ତି। ଏହି ପାଳି ବଳରେ ଏହି ଦୁଇ ବ୍ୟାଟସମ୍ୟାନ  ଦିନିକିଆ କ୍ରିକେଟରେ ୧୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ଏହା ପୂର୍ବରୁ ଦିନିକିଆରେ ସର୍ବଶ୍ରେଷ୍ଠ ଭାଗିଦାରୀର ରେକର୍ଡ ସନଥ ଜୟସୁରିଆ ଓ ଉପୁଲ ଥରଙ୍ଗାଙ୍କ ନାମରେ ଥିଲା। ଏହି ଯୋଡ଼ି ୨୦୦୬ ଜୁଲାଇରେ ଲିଡ୍ସରେ ଇଂଲଣ୍ଡ ବିପକ୍ଷରେ କରିଥିଲେ। ଏହି ଯୋଡି ଓପନିଂ ଓ୍ଵିକେଟରେ ୨୮୬ ରନ ଯୋଡିଥିଲେ।

ଯେ କୌଣସି ଓ୍ଵିକେଟରେ ଦିନିକିଆରେ ସର୍ବାଧିକ ଭାଗିଦାରୀର ଶୀର୍ଷ ୫ରେ ପାକ୍ ଓପନିଂଙ୍କ ରେକର୍ଡ ସ୍ଥାନ ପାଇଛି। ଏହି ରେକର୍ଡ କ୍ରିସ ଗେଲ ଓ ସାମୁଏଲ୍ସଙ୍କ ନାମରେ ରହିଛି। ଏହି ଯୋଡି ଜିମ୍ବାଓ୍ଵେ ବିପକ୍ଷରେ ୩୭୨ ରନ କରିଥିଲେ।

Loading...
>