କୋହଲିଙ୍କ ପାଇଁ ବଢିଲା ବିଶ୍ୱକପ ଟେନସନ, ପାକିସ୍ତାନ ସଂପର୍କରେ ଏମିତି କହିଲେ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ୩-୨ରେ ପରାଜିତ ହେବା ପରେ ବିରାଟ କୋହଲି ଏବେ ବିଶ୍ୱକପ ଚିନ୍ତା ଘାରିଛି । ପଞ୍ଚମ ଦିନିକିଆ ହାରିବା ପରେ କୋହିଲ ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ଭାବେ ପାକିସ୍ତାନଠାରୁ ବଞ୍ଚିକି ରହିବା ପାଇଁ ଇସାରା ଦେଇ କହିଛନ୍ତି ପାକିସ୍ତାନ ତା’ଦିନରେ କୌଣସି ବି ଟିମକୁ ହରାଇପାରେ । ନିର୍ଣ୍ଣାୟକ ମ୍ୟାଚରେ ଭାରତ ୩୫ ରନରେ ହାରି ସିରିଜ ହାତଛଡା କରିଛି । ଅଷ୍ଟ୍ରେଲିଆ ଭାରତକୁ ୨୭୩ରନ ବିଜୟ ଲକ୍ଷ୍ୟ ଦେଇଥିଲା । ଏହାର ଜବାବରେ ଭାରତ ୨୩୭ରନ କରି ଅଲଆଉଟ୍ ହୋଇଯାଇଥିଲା ।
ସାମ୍ବାଦିକମାନେ କୋହଲିଙ୍କୁ ବିଶ୍ୱକପ ସଂପର୍କରେ ପଚାରିଥିଲେ-ଏହାର ଉତ୍ତରରେ ସେ କହିଥିଲେ କୌଣସି ବି ଟିମ ଫେଭାଇଟ୍ ହିସାବରେ ବିଶ୍ୱକପ୍ ଆରମ୍ଭ କରିବ ନାହିଁ । ଇଣ୍ଡିଜ୍, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଜବୁତ ଟିମ୍ । ଆମେ ବି ମଜବୁତ ଓ ଏବେ ଅଷ୍ଟ୍ରେଲିଆ ଟିମ ସନ୍ତୁଳନ ନଜର ଆସୁଛି । ପାକିସ୍ତାନ ସଂପର୍କରେ କହିଥିଲେ ଏହି ଟିମ୍ ତା’ ଦିନରେ କୌଣସି ଟିମକୁ ବି ହରାଇପାରେ ବୋଲି ସେ କହିଥିଲେ । ସେ କହିଛନ୍ତି ସିରିଜ ହାରିବାର କୌଣସି ଦୁଃଖ ନାହିଁ । ସିରିଜ ହାରିବାରେ ଆମର କୌଣସି ଖେଳାଳି ନିରାଶ ନୁହଁନ୍ତି । ବିଶ୍ୱକପ ପାଇଁ ସଠିକ୍ ରଣନୀତି ଆପଣାଇବାକୁ ହେବ ବୋଲି ସେ କହିଛନ୍ତି । କୋହଲି କହିଛନ୍ତି ବିଶ୍ୱକପ୍ ପାଇଁ ଟିମ୍ ସନ୍ତୁଳିତ ଓ କେବଳ ଗୋଟିଏ ଜାଗା ପାଇଁ ଏବେବି ଦ୍ୱନ୍ଦ୍ୱ ରହିଛି ।

Loading...
>