କ୍ରିକେଟ ନୁହେଁ ଝିଅ ସହ କ୍ୟାରମ ଖେଳିଲେ ଧୋନୀ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ଆଇପିଏଲ ଟିମ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ସହ ନିଜ ପତ୍ନୀ ସାକ୍ଷୀ ଓ ଝିଅ ଜିଭାଙ୍କୁ ମଧ୍ୟ ସମୟ ଦେଉଛନ୍ତି । ଚେନ୍ନାଇର ଗତ ମ୍ୟାଚରେ ଝିଅ ଜିଭା ମ୍ୟାଚ ବେଳେ ଧୋନୀଙ୍କୁ ଚିୟର୍ସ କରିଥିବା ବେଳେ ଏବେ ସେ ଧୋନୀଙ୍କ ସହ କ୍ୟାମେର ବୋର୍ଡ ଖେଳୁଥିବା ଦେଖିବାକୁ ମିଳିଛି ।
ଚେନ୍ନାଇ ସୁପରକିଙ୍ଗ୍ସର ଅଫିସିଆଲି ଇଷ୍ଟ୍ରାଗ୍ରାମରେ ଧୋନୀ ଓ ଝିଅ ଜିଭାର ଏକ ଫଟୋ ସେୟାର କରାଯାଇଛି । ଯେଉଁଥିଲେ ଉଭୟେ କ୍ୟାରମ ଖେଳୁଥିବାର ନଜର ଆସୁଛନ୍ତି । ନିକଟରେ ଏକ ଭିଡିଓ ଭାଇରଲ ହୋଇଥିଲା ଯେଉଁ ଧୋନୀ ଝିଅ ଜିଭାଙ୍କୁ ବିଭିନ୍ନ ଭାଷାରେ କଥା ଶିଖାଉଥିଲେ । ଏହି ଭିଡିଓକୁ ଲୋକେ ଖୁବ ପସନ୍ଦ କରିଥିବା ଜଣାପଡିଛି ।

Loading...
>