ଆଉ ଏକ ରେକର୍ଡ ଅପେକ୍ଷାରେ କୋହଲି

ନୂଆଦିଲ୍ଲୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟାରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ଆଜି ରାଞ୍ଚିର ଜେଏସ୍ସିଏ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ଏଠାରେ ଟିମ୍ ଇଣ୍ଡିଆ ସିରିଜକୁ ଜିତିବାକୁ ଚେଷ୍ଟା କରିବ । ଏହି ମ୍ୟାଚ୍ ଜରିଆରେ ଭାତରୀୟ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ଏକ ରେକର୍ଡ କରିବାର ସୁଯୋଗ ରହିଛି । ନାଗପୁରରେ କୋହଲି ନିଜରର ୪୦ତମ ଶତକ ଅର୍ଜନ କରିଥିଲେ । ଆଜିର ମ୍ୟାଚରେ କୋହଲି ୨୭ ରନ କଲେ ଦିନିକିଆ କ୍ରିକେଟରେ ୪ହଜାର ରନ କରିବାରେ ୧୨ତମ ଅଧିନାୟକ ହେବେ । ଏହା ପୂର୍ବରୁ ଏମଏସ୍ ଧୋନୀ (୬୬୪୧), ମହମ୍ମଦ ଆଜାରଉଦ୍ଦିନ(୫୨୩୯) ଓ ସୌରଭ ଗାଙ୍ଗୁଲି (୫୧୦୪)ରନ କରି ଏହି ରେକର୍ଡରେ ସାମିଲ ହୋଇସାରିଛନ୍ତି ।
କୋହଲି ଦିନିକିଆ କ୍ୟାରିଅରରେ ୫୧.୨୯ ଆଭରାଜରେ ରନ୍ କରୁଥିବା ବେଳେ ଅଧିନାୟକ ଭାବେ ୮୨.୭୭ ଆଭରେଜ ରନ କରିଛନ୍ତି । ଅନ୍ୟ ଅଧିନାୟକଙ୍କ ତୁଳନାରେ ଢେର ଅଧିକ ।

Loading...
>