fbpx
Home Sports ବନ୍ଦ ହୋଇପାରେ ଆଇପିଏଲ-୨୦୨୦ ! ସ୍ଥଗିତ ହେଲା ବିସିସିଆଇ-ମାଲିକଙ୍କ ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମ

ବନ୍ଦ ହୋଇପାରେ ଆଇପିଏଲ-୨୦୨୦ ! ସ୍ଥଗିତ ହେଲା ବିସିସିଆଇ-ମାଲିକଙ୍କ ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଆଇପିଏଲ ଫ୍ୟାନଙ୍କ ପାଇଁ ଆଉ ଏକ ଖରାପ ଖବର । ୧୫ ଅପ୍ରେଲ ଯାଏଁ ସ୍ଥଗିତ ରଖାଯାଇଥିବା ବିଶ୍ୱର ଲୋକପ୍ରିୟ ଲିଗ୍ ଆଇପିଏଲ -୨୦୨୦କୁ ଅନିଶ୍ଚିତତା ଜାରି ରହିଛି । ବିସିସିଆଇ ଓ ଫ୍ରାଞ୍ଚାଇଜ୍ ମାଲିକଙ୍କ ମଧ୍ୟରେ ହେବାକୁ ଥିବା ଭିଡିଓ କନ୍‌ଫରେନ୍ସିଂକୁ ମଧ୍ୟ ସ୍ଥଗିତ ରଖାଯାଇଛି । କୋବିଡ୍ ୧୯ ପାଇଁ ଏହି ଲୋଭନୀୟ ଲିଗ୍ ଉପରେ କଳା ବାଦଲ ଛାୟୀ ଗଲାଣି । ବିଶ୍ୱସାରା କରୋନା ଭାଇରସ ସଂକ୍ରମଣ ଯୋଗୁଁ ୧୬ହଜାରରୁ ଅଧିକ ଲୋକଙ୍କ ପ୍ରାଣ ଯାଇଥିବା ବେଳେ ଭାରତରେ ୫୦୦ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହେବା ସହ ୧୦ଜଣ ଲୋକଙ୍କ ପ୍ରାଣହାନୀ ଘଟିସାରିଛି ।
କିଙ୍ଗ୍‌ସ ଏକାଦଶ ପଞ୍ଜାବର ସହ ମାଲିକ ନେସ୍ ବାଡିଆ କହିଛନ୍ତି ଯେ, ସବୁଠୁ ଆଗରେ ମଣିଷ ପଣିଆ । ତା\’ପରେ ଯାଇ ଅନ୍ୟ କିଛି । ଯଦି ପରିସ୍ଥିତି ସୁଧୁରିବନି ତେବେ ଆଇପିଏଲ ବିଷୟରେ କିଛି କହିବା କୌଣସି ମାନେ ନାହିଁ । ଆଇପିଏଲ ନ ହେଲେ ଭଲ ବୋଲି ସେ କହିଛନ୍ତି । ଅନ୍ୟ ଏକ ଫ୍ରାଞ୍ଚାଇଜ ମାଲିକ କହିଛନ୍ତି ଏହି ସମୟରେ କିଛି ବି କହିବା ଠିକ୍ ନୁହେଁ । ଦେଶ ଏବେ ଲକଡାଉନରେ ରହିଛି । ଆମ ଆଗରେ ଆପିଏଲଠାରୁ ବଡ ମସଲା ଅଛି । ୮ଟିମର ଏହି ଲିଗ୍ ୨୯ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବାବେଳେ କରୋନା ସ୍ଥିତି ଯୋଗୁଁ ୧୫ ଅପ୍ରେଲ ଯାଏଁ ଘୁଞ୍ଚାଇ ଦିଆଯାଇଛି । ବାଡିଆ ଆହୁରି ମଧ୍ୟ କହିଛନ୍ତି ଏହି ସମୟରେ ଆଇପିଏଲ ବିଷୟରେ ମୁଁ ଚିନ୍ତା କରିପାରିବିନି । ଏହା ଅପ୍ରାସଙ୍ଗିକ ହୋଇଯାଇଛି । ସମସ୍ତଙ୍କ ପାଇଁ ଜରୁରୀ ଏହି ସମୟର ପରିସ୍ଥିତି । ଏହା ତୃତୀୟ ବିଶ୍ୱ ଯୁଦ୍ଧ ପରି ସ୍ଥିତି ଉପୁଜିଛି । ଯେଉଁଥିରେ ଆମେ ସମସ୍ତେ ସାହାଯ୍ୟ ପାଇଁ ଲୋଢୁଛୁ । ସେ କହିଛନ୍ତି ଯେ, ସରକାର ଏଇଥି ପାଇଁ ବହୁ କଡା ପଦକ୍ଷେପ ନେଇଛନ୍ତି । ଏବେ ସରକାର ନେଇଥିବା ପଦକ୍ଷେପକୁ ଆପଣ ସମସ୍ତେ ମାନିଲେ ହିଁ ଏହି ବଡ ବିପତ୍ତିରୁ ଆମେ ମୁକ୍ତି ପାଇପାରିବା ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଓଡ଼ିଶାବାସୀଙ୍କ ସହଯୋଗ ଓ ସଚେତନତା ପାଇଁ କମ୍ କେସ୍ ଆସିଛି : ସୁବ୍ରତ ବାଗଚୀ

ଭୁବନେଶ୍ୱର: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି ରାଜ୍ୟର...

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : ସବୁ ଜିଲ୍ଲାରେ ଖୋଲିବ COVID-19 ହସ୍ପିଟାଲ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଲାଗିଛି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଥିବା...

ଟି-୨୦ ବିଶ୍ୱକପ ନହେଲେ ଆଇପିଏଲ ହେବ : ସୂତ୍ର

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବହୁ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲଲ କରାଯାଇଛି । କ୍ରିକେଟର ସବୁଠୁ ବ୍ୟୟବହୁଳ ଓ ଆକର୍ଷଣୀୟ ଇଭେଣ୍ଟ ଆଇପିଏଲକୁ ମଧ୍ୟ...

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ସାଉଥବଲଣ୍ଡା:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଜ୍ୱାଳାମୁଖୀ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଗତକାଲି ନିଶାର୍ଦ୍ଧରେ ଚିହ୍ନଟ ହୋଇଯାଇଛି । ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪୦୦ମିଟର ଦୂରରେ ଥିବା ଅରା ବାଉଁଶବଣ ନିକଟସ୍ଥ...

Recent Comments

>