Home Sports ପୃଥ୍ୱୀଙ୍କ ଶତକ ପରେ ବିରାଟଙ୍କ ଅପରାଜିତ ଅର୍ଦ୍ଧଶତକ : ଭାରତ ୩୬୪/୪

ପୃଥ୍ୱୀଙ୍କ ଶତକ ପରେ ବିରାଟଙ୍କ ଅପରାଜିତ ଅର୍ଦ୍ଧଶତକ : ଭାରତ ୩୬୪/୪

ରାଜକୋଟ : ଆଜିଠାରୁ ଏଠାରେ ଆରମ୍ଭ ହୋଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ଭାରତର ଧୂଆଁଧାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଟସ୍ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପୃଥିବୀ ଶ’ ପ୍ରଥମ ଥର ପାଇଁ ତାଙ୍କର ଟେଷ୍ଟ କ୍ୟାରିୟର ଏହି ମ୍ୟାଚ୍ରୁ ଆରମ୍ଭ କରିଛନ୍ତି । ପଦାର୍ପଣ ଟେଷ୍ଟରେ ସେ ଐତିହାସିକ ସଫଳତା ପାଇଛନ୍ତି । ୧୫୪ ବଲରୁ ୧୩୪ ରନ୍ କରି ସେ ନିଜ ନାମରେ ଏକ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି । ଅପରପକ୍ଷରେ, ଚେତେଶ୍ୱର ପୂଜାରା, ବିରାଟ କୋହଲି ଓ ଆଜିଙ୍କ୍ୟା ରାହାଣେ ମଧ୍ୟ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ ।

ପ୍ରଥମ ଦିନରେ ଖେଳ ଶେଷ ସୁଦ୍ଧା ଭାରତ ୪ ୱିକେଟ୍ ହରାଇ ୩୬୪ ରନ୍ ସଂଗ୍ରହ କରିଛି । ପୃଥ୍ୱୀବୀ ୧୩୪ ରନ୍ କରି ବିଶୁଙ୍କ ଦ୍ୱାରା ଆଉଟ୍ ହୋଇଥିବା ବେଳେ ଲୋକେଶ ରାହୁଲ୍ ଖାତା ଖୋଲିବା ପୂର୍ବରୁ ଏଲବିଡବ୍ଲ୍ୟୁ ହୋଇଥିଲେ । ସେହିପରି ଚେତେଶ୍ୱର ପୂଜାରା ୧୪ଟି ଚୌକା ସହ ୧୩୦ ବଲରୁ ୮୬ ରନ୍ ସଂଗ୍ରହ କରିଥିଲେ । ସଲମାନ୍ ଲୁଇସ୍ଙ୍କ ବଲରେ ସେ ଡୋରିଚ୍ ଦ୍ୱାରା କ୍ୟାଚ୍ଆଉଟ୍ ହୋଇଥିଲେ । ଆଜିଙ୍କ୍ୟା ରାହାଣେ ପାଞ୍ଚୋଟି ଚୌକା ସହ ୯୨ ବଲରୁ ୪୧ ରନ୍ କରି ରୋଷ୍ଟନ୍ ଚେଜ୍ଙ୍କ ବଲରେ ଜୁରିଚ୍ଙ୍କ ଦ୍ୱାରା କ୍ୟାଚ୍ଆଉଟ୍ ହୋଇଥିଲେ । ଖେଳ ଶେଷ ବେଳକୁ ବିରାଟ କୋହଲି ଓ ରିଷଭ ପନ୍ଥ ଅପରାଜିତ ଥିଲେ । ବୋଲିଂରେ ସାନନ୍ ଗାବ୍ରିଏଲ୍, ସଲମାନ୍ ଲୁଇସ୍, ଦେବେନ୍ଦ୍ର ବିଶୁ ଓ ରୋଷ୍ଟନ୍ ଚେଜ୍ଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ପୁଣି ଭାରତୀୟ ବ୍ୟାଟ୍ସମ୍ୟାନ ଫେଲ : ଦ୍ୱିତୀୟ ଟେଷ୍ଟରେ ୨୪୨ରେ ଅଟକିଲା

ଖ୍ରୀଷ୍ଟଚର୍ଚ୍ଚ ୨୯।୦୨: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ୨ଟେଷ୍ଟରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ...

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଦିନଟି ଶୁଭ ଫଳ ଦାୟକ ହେବ । ଗୃହ ଭୂମିରେ ଉନ୍ନତିି, ଉତ୍ତମ ବନ୍ଧୁ ସମ୍ପର୍କ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ, ଅର୍ଥାଗମ, ଗୃହରେ ଅତିଥି ସମାଗମ ଓ ଦୂର...

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପୁରୀ: ଗତକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ୮ଟା ୧୦ରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ...

ପଡିଆକୁ ଫେରିଲେ ହାର୍ଦ୍ଦିକ : ଚୌକା-ଛକାର ବର୍ଷା କଲେ

ନୂଆଦିଲ୍ଲୀ : ଡିୱାଇ ପାଟିଲ ଟି-୨୦ କପରେ ବ୍ୟାଙ୍କ ଅଫ୍ ବରୋଦା ବିପକ୍ଷ ମ୍ୟାଚ୍ ରିଲାଏନ୍ସ-୧ ଟିମ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାୱାନ ଆଜି ଖେଳିଛନ୍ତି ।...

Recent Comments

>