ଆଇସିସି ଟେଷ୍ଟ ମାନ୍ୟତା : ପୂର୍ବପରି ଭାରତ ଶୀର୍ଷରେ, ଦ.ଆଫ୍ରିକା ତୃତୀୟକୁ ଖସିଲା

ଦୁବାଇ : ଶ୍ରୀଲଙ୍କାଠାରୁ ସିରିଜ୍ ପରାଜୟ ପରେ ଦକ୍ଷିଣ ଆଫ୍ରିକା ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାର ତୃତୀୟ ସ୍ଥାନକୁ ଖସି ଆସିଥିବା ବେଳେ ଭାରତ ପୂର୍ବପରି ନିଜର ଶୀର୍ଷସ୍ଥାନ ବଜାୟ ରଖିଛି । ଶ୍ରୀଲଙ୍କା ପୋର୍ଟ ଏଲିଜାବେଥରେ ଦ୍ୱିତୀୟ ଟେଷ୍ଟକୁ ୮ଉଇକେଟ ଜିତି ଶୃଙ୍ଖଳା ୨-୦ରେ ଆଗୁଆ ରହିଛି । ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଆଗରୁ ୧୧୦ ଅଙ୍କ ସହ ଶୀର୍ଷସ୍ଥାନରେ ଥିବା ଭାରତ(୧୧୬) ଅଙ୍କଠାରୁ ୬ ଅଙ୍କ ଦୂରରେ ଥିଲା । ପ୍ରଥମ ଦୁଇଟି ଟେଷ୍ଟା ହାରିବା ପରେ ଏହାର ପଏଣ୍ଟ ସଂଖ୍ୟା ୧୦୫କୁ ଖସିଆସିଛି । ଏହାର ଫାଇଦା ନେଇ ନ୍ୟୁଜିଲାଣ୍ଡ(୧୦୭) ଦ୍ୱିତୀୟ ସ୍ଥାନକୁ ଉନ୍ନିତ ହୋଇଛି । ଆଇସିସି ଦ୍ୱାରା ପ୍ରକାଶିତ ସଦ୍ୟ ରିପୋର୍ଟ ଅନୁଯାୟୀ ଶ୍ରୀଲଙ୍କା ପୂର୍ବପରୁ ଷଷ୍ଠ ସ୍ଥାନ ଥିବାବେଳେ ଏହାର ପଏଣ୍ଟ ସଂଖ୍ୟାରେ ସୁଧାର ଆସିଛି । ଶ୍ରୀଲଙ୍କାର ପଏଣ୍ଟ ସଂଖ୍ୟା ୯୩ରେ ପହଞ୍ଚିଛି । ନ୍ୟୁଜିଲାଣ୍ଡକୁ ତା’ର ଦ୍ୱିତୀୟ ସ୍ଥାନ ବଜାୟ ରଖିବାକୁ ହେଲେ ବାଂଲାଦେଶ ବିପକ୍ଷ ସିରିଜକୁ ଜିତିବାକୁ ହେବ । ଆସନ୍ତା ୨୮ରେ ଏହି ସିରିଜ୍ ଆରମ୍ଭ ହେବ । ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନରେ ଥିବା ବେଳେ ଇଂଲଣ୍ଡ ପଞ୍ଚମ ସ୍ଥାନରେ ରହିଛି । ସେହିପରି ପାକିସ୍ତାନ ସପ୍ତମ ସ୍ଥାନରେ ଥିବା ବେଳେ ଇଣ୍ଡିଜ ଅଷ୍ଟମ ସ୍ଥାନରେ ରହିଛି ।

Loading...
>