ଆଇସିସି ଦିନିକିଆ ମାନ୍ୟତା : ଶୀର୍ଷରେ ଇଂଲଣ୍ଡ, ଦ୍ୱିତୀୟ ସ୍ଥାନରେ ଭାରତ

ଦୁବାଇ : ଆଇସିସି ଦ୍ୱାରା ପ୍ରକାଶିତ ସଦ୍ୟ ଦିନିକିଆ ମାନ୍ୟତାରେ ଭାରତ ଦ୍ୱିତୀୟ ସ୍ଥାନ ରହିଛି । ସେହିପରି ବାଂଲାଦେଶକୁ ୩-୦ରେ ହରାଇଥିବା ନ୍ୟୁଜିଲାଣ୍ଡ ଦଳ ପୁଣି ଥରେ ତୃତୀୟ ସ୍ଥାନକୁ ଉନ୍ନତି ହୋଇଛି । ପୂର୍ବପରି ଇଂଲଣ୍ଡ ଦଳ ଶୀର୍ଷ ସ୍ଥାନ ବଜାୟ ରଖିଛି । ଆଇସିସି ଦ୍ୱାରା ବୁଧବାର ଜାରି କରାଯାଇଥିବା ଦିନିକିଆ ମାନ୍ୟତା ଅନୁସାରେ ଇଂଲଣ୍ଡ ୧୨୬ ଅଙ୍କ ସହ ପ୍ରଥମ ସ୍ଥାନ, ଭାରତ ୧୨୨ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନରେ ନ୍ୟୁଜିଲାଣ୍ଡ ୧୧୨ ଅଙ୍କ ସହ ପହଞ୍ଚିଛି । ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ଭାରତଠାରୁ ୪-୧ରେ ହାରିବା ପରେ ଚତୁର୍ଥ ସ୍ଥାନକୁ ଖସିଥିଲା । ବାଂଲାଦେଶକୁ ସିରିଜ୍ ମୁଳପୁଛ କରିବା ପରେ ୧ଅଙ୍କ ସହ ଦକ୍ଷିଣ ଆପ୍ରିକାଙ୍କୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଞ୍ଚିଛି । ଚତୁର୍ଥ ସ୍ଥାନରେ ଦକ୍ଷିଣ ଆଫ୍ରିକା ରହିଥିବା ବେଳେ ପାକିସ୍ତାନ ପଞ୍ଚମ, ଅଷ୍ଟ୍ରେଲିଆ ଷଷ୍ଠ ଓ ବାଂଲାଦେଶ ସପ୍ତମ ସ୍ଥାନରେ ରହିଛନ୍ତି ।

Loading...
>