Home Sports ଅନୁଷ୍କାଙ୍କ ସହ ନ୍ୟୁଜିଲାଣ୍ଡରେ ଭାଲେଣ୍ଟାଇନ୍‌ସ ଡେ’ ପାଳିଲେ କୋହଲି

ଅନୁଷ୍କାଙ୍କ ସହ ନ୍ୟୁଜିଲାଣ୍ଡରେ ଭାଲେଣ୍ଟାଇନ୍‌ସ ଡେ’ ପାଳିଲେ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡରେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଭାଲେଣ୍ଟାଇନ୍ସ ଡେ’ ପାଳନ କରିଛନ୍ତି। ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ଟି୨୦ ସିରିଜକୁ ୫-୦ରେ କ୍ଲିନ୍‌ସୁଇପ୍‌ କରିବା ପରେ ୩-୦ରେ ଦିନିକିଆ ସିରିଜ ପରାଜୟବରଣ କରିଛି ଟିମ୍‌ ଇଣ୍ଡିଆ। ଫେବୃୟାରୀ ୨୧ରୁ ଘରୋଇ ଦଳ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳାଯିବାକୁ ଥିବାବେଳେ ଏହାପୂର୍ବରୁ ବିରାଟବାହିନୀ ରିଲାକ୍ସ ମୁଡ୍‌ରେ ନଜର ଆସିଛନ୍ତି। ବିରୁଷ୍କା ନ୍ୟୁଜିଲାଣ୍ଡର ବିଭିନ୍ନ ସ୍ଥାନ ବୁଲିଯାଇ ସୋସିଆଲ ମିଡିଆରେ ଫଟୋ ଶେୟାର କରିଛନ୍ତି। ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିବା ଯୋଗୁ ଗସ୍ତ ଆରମ୍ଭରୁ ବିରାଟଙ୍କ ସହ ଯାଇପାରି ନ ଥିଲେ ଅନୁଷ୍କା। ଭାଲେଣ୍ଟାଇନସ ଡେ’ ପାଳନ ପାଇଁ ଅନୁଷ୍କା ଶୁଟିଂରେ ବିରତି ନେଇ ନ୍ୟୁଜିଲାଣ୍ଡରେ ପହଞ୍ଚିଛନ୍ତି। ଦଳର ଅନ୍ୟ ଖେଳାଳିମାନେ ମଧ୍ୟ ବିଭିନ୍ନ ସ୍ଥାନ ବୁଲି ଫଟୋ ଶେୟାର କରୁଥିବାର ଦେଖାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ପଡିଆକୁ ଫେରିଲେ ହାର୍ଦ୍ଦିକ : ଚୌକା-ଛକାର ବର୍ଷା କଲେ

ନୂଆଦିଲ୍ଲୀ : ଡିୱାଇ ପାଟିଲ ଟି-୨୦ କପରେ ବ୍ୟାଙ୍କ ଅଫ୍ ବରୋଦା ବିପକ୍ଷ ମ୍ୟାଚ୍ ରିଲାଏନ୍ସ-୧ ଟିମ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାୱାନ ଆଜି ଖେଳିଛନ୍ତି ।...

ଜମାଟୋର ଏହି ଡେଲିଭରୀ ପିଲାର ଫ୍ୟାନ୍ ହେଲେ ଲୋକେ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଏବେ ଜମାଟୋ ଡେଲିଭରୀ ପିଲାଙ୍କ ଏକ ଭିଡିଓ ଖୁବ୍ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଡେଲିଭରୀ ପିଲାର ଫ୍ୟାନ ପାଲଟି ଗଲେଣି । କିନ୍ତୁ କାହିଁକି ?...

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ଯାଚିକା ଦାଖଲ କଲେ ପବନ, ମାଗିଲେ ଏହି ସଜା

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ପବନ କୁମାର ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ ସୁଧାରାତ୍ମକ ଯାଚିକା ଦାୟର କରି ଫାଶୀ ବଦଳରେ ଆଜୀବନ ଜେଲ୍ ସଜା ଦେବାକୁ...

ନବୀନ ନିବାସରେ ଏକାଠି ଖାଇଲେ ଶାହ, ନୀତିଶ, ମମତା, ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର : ପୂର୍ବାଞ୍ଚଳ ଆଞ୍ଚଳିକ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ଏଥିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

Recent Comments

>