ଘୋଷର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ରାଜକିଶୋରନଗର : କିଶୋରନଗର ବ୍ଲକ ଅନ୍ତର୍ଗତ ମାହେଶ୍ୱରୀ ଆଥଲେଟିକ୍ ଆସୋସିଏସନ୍ ଆନୁକୁଲ୍ୟରେ ସ୍ଥାନୀୟ ବାଙ୍କବାହାଲ ଖେଳପଡିଆ ଠାରେ ଘୋଷର କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି । ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟକୁ କିଶୋରନଗର ସେଲ୍ସର ମାଲିକ ସରୋଜ କୁମାର ସାହୁ ଉଦ୍ଘାଟନ କରିଥିଲେ । ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସରେ ଦୁଇଟି ଲିଗ୍ ମ୍ୟାଚ୍ ଏବଂ ଗୋଟିଏ କ୍ୱାଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିବାବେଳେ ଉଦ୍ଘାଟନୀ ଲିଗ୍ ମ୍ୟାଚ୍ ଚୁଡାଖାଇ ଓ ଧଡରପାଳ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଧଡରପାଳ ଦଳ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୧୦ ଓଭରରେ ସମସ୍ତ ୱିକେଟ୍ ହରାଇ ୬୧ ରନ୍ କରିଥିଲା । ଏହାର ଜବାବରେ ଚୁଡାଖାଇ ଦଳ ୬ ଓଭରରେ ମୂଲ୍ୟବାନ୍ ୩ ୱିକେଟ୍ ବିନିମୟରେ ୬୨ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା । ସେହିଭଳି ଟୂର୍ଣ୍ଣାମେଣ୍ଟର ଦ୍ୱିତୀୟ ଲିଗ୍ ମ୍ୟାଚ୍ ନ୍ୟୁ ବଇଣ୍ଡା ସହ ବଏଜା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନ୍ୟୁ ବଇଣ୍ଡା ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୧୦ ଓଭରରେ ୫ୱିକେଟ୍ ହରାଇ ୧୧୮ରନ୍ ସଂଗ୍ରହ କରିଥିବାବେଳେ ବଏଜା ଦଳ ୧୦ ଓଭରରେ ୬ୱିକେଟ୍ ହରାଇ ୭୩ରନ୍ ସଂଗ୍ରହ କରି ପରାଜିତ ହୋଇଥିଲେ । ଟୁର୍ଣ୍ଣାମେଣ୍ଟର ପ୍ରଥମ କ୍ୱାଟର ଫାଇନାଲ୍ ମ୍ୟାଚ୍ ନ୍ୟୁ ବଇଣ୍ଡା ଓ ଚୁଡାଖାଇ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନ୍ୟୁ ବଇଣ୍ଡା ପ୍ରଥମେ ଇନିଂସ୍ ଆରମ୍ଭ କରି ୧୦ ଓଭରରେ ସମସ୍ତ ୱିକେଟ୍ ହରାଇ ୯୪ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଚୁଡାଖାଇ ଦଳ ୮ୱିକେଟ୍ ହରାଇ ୯୫ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ ।

Loading...
>