୧୯ତମ ଓଭରରେ କାହିଁକି ସିଙ୍ଗିଲ୍ ନେଲେନି ଧୋନୀ ଜାଣନ୍ତୁ

ବାଙ୍ଗାଲୋର : ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଧୂଆଁଧାର ବ୍ୟାଟିଂ ସତ୍ତେ୍ୱ ବାଙ୍ଗାଲୋର ଦଳ ଗତକାଲି ମ୍ୟାଚରେ ୧ରନ ଜିତିନେଇଛି । ଧୋନୀ ଗୋଟିଏ ପଟେ ଧୈର୍ଯ୍ୟର ବ୍ୟାଟିଂ କରି ୪୮ ବଲରେ ଅପରାଜିତ ୮୪ ରନ କରିଥିଲେ । ଏହି ମ୍ୟାଚରେ ଧୋନୀ ୧୯ତମ ଓଭରରେ ତିନୋଟି ସିଙ୍ଗଲ ନେଇନଥିଲେ, ଯାହା ମ୍ୟାଚ୍ ହାରିବାର ଏକ କାରଣ ବୋଲି କୁହାଯାଉଛି । ମହେନ୍ଦ୍ର ସିଂ ଧୋନୀ ସ୍ପଷ୍ଟ କରିଛନ୍ତି ଯେ, ସେ କାହୁଁକି ତିନିଥର ସିଙ୍ଗିଲ ନେବାର ସୁଯୋଗ ଛାଡିଥିଲେ । ଧୋନୀ ମ୍ୟାଚ୍ ପରେ କହିଛନ୍ତି ଯେ, ପିଚ୍ ଏମିତି ଥିଲା ଯେ, କୌଣସି ନୂଆ ବ୍ୟାଟ୍ସମ୍ୟାନ କ୍ରିଜରେ ଆସୁଆସୁ ବଡ ସଟ୍ ଖେଳିପାରିବ ନାହିଁ । ସେହିସମୟରେ ବ୍ରାଭୋ ୩ ବଲ ଖେଳି ନନଷ୍ଟ୍ରାଇକରେ ଥିଲେ । ଶେଷ ୨ ଓଭରରେ ଆମକୁ ୩୬ ରନ ଦରକାର ଥିଲା । ତେଣୁ ଆମକୁ ବଡ ସଟ୍ ଖେଳିବାକୁ ଥିଲା । ଏହି ସମୟରେ ମୁଁ କ୍ରିଜ୍ ଜମି ସାରିଥିଲି, ତେଣୁ ମୁଁ ରିସ୍କ ନେବାକୁ ଚାହିଁଥିଲି । ସେଇଥି ପାଇଁ ଆମେ ତିନିଥର ସିଙ୍ଗିଲ ନେଇନଥିଲୁ । ସୂଚନାଯୋଗ୍ୟ ଯେ, ଅନ୍ତିମ ଓଭରରେ ୨୬ ରନ ଜିତିବାକୁ ଥିବା ବେଳେ ଧୋନୀ ପ୍ରଥମ ୫ ବଲରେ ୨୪ ରନ କରିଥିଲେ । ଶେଷ ବଲରେ ତାଙ୍କ ବ୍ୟାଟ୍ ସଂଯୋଗ ହୋଇନଥିଲା । ନନଷ୍ଟ୍ରାଇକରେ ଥିବା ସାର୍ଦ୍ଦୁଲ ପାର୍ଟିବ ପଟେଲଙ୍କ ସିଧା ଥ୍ରୋରେ ଆଉଟ୍ ହୋଇଥିଲେ । ଦଳ ୧ ରନରେ ପରାଜିତ ହୋଇଥିଲେ । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଆରସିବି ୭ ଉଇକେଟରେ ୧୬୧ ରନ କରିଥିଲା । ଚେନ୍ନାଇ ୮ ଉଇକେଟ୍ ହରାଇ ୧୬୦ ରନ କରିଥିଲା । ଧୋନୀ ୪୮ ବଲରେ ୫ ଚୌକା ଓ ୭ ଛକା ସହାୟତାରେ ୮୪ ରନ କରିଥିଲେ ।

Loading...
>