ଆଇସିସି ଟି-୨୦ ମାନ୍ୟତା : ସର୍ବଶ୍ରେଷ୍ଠ ସ୍ଥାନରେ ରସିଦ, ଦ୍ୱିତୀୟ ସ୍ଥାନରେ କୁଲଦୀପ ଯାଦବ

ଦୁବାଇ : ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବ ଆଇସିସି ଟି-୨୦ ମାନ୍ୟତାର ଦ୍ୱିତୀୟ ସ୍ଥାନକୁ ଉନ୍ନିତ ହୋଇଛନ୍ତି । ଟିମ ମାନତରେ ଭାରତ ପୂର୍ବପରି ଦ୍ୱିତୀୟ ସ୍ଥାନରେ ରହିଛି । ଶୀର୍ଷରେ ପାକିସ୍ତାନ ତା’ର କବଜା ଜମାଇଛି । ନ୍ୟୁଜିଲାଣ୍ଡଠାରୁ ସିରିଜ୍ ହାରିବା ପରେ ଭାରତ ୨ ପଏଣ୍ଟ ହରାଇଛି । କୁଲଦୀପ ଯାଦବ ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟି-୨୦ରେ ୨୬ ରନ୍ ଦେଇ ୨ ଉଇକେଟ୍ ନେଇଥିଲେ । ଭାରତ ଏହି ମ୍ୟାଚ୍ ୪ ରନରେ ହାରିଥିଲା । ଆଫଗାନିସ୍ତାନର ସ୍ପିନର ରସିଦ୍ ଖାନ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି । ଶୀର୍ଷ ଦଶ ଆଉ କୌଣସି ଭାରତୀୟ ବୋଲର ନାହାଁନ୍ତି । ଚହଲ ୧୭ତମ ସ୍ଥାନରେ ଥିବା ବେଳେ ଭୁବନେଶ୍ୱର କୁମାର ୧୮ତମ ସ୍ଥାନରେ ରହିଛନ୍ତି । ସେହିପରି ବ୍ୟାଟିଂରେ ରୋହିତ ଶର୍ମା ସପ୍ତମ ସ୍ଥାନରେ ପହଞ୍ଚିଥିବା ବେଳେ କେଏଲ୍ ରାହୁଲ ତିନୋଟି ସ୍ଥାନ ତଳକୁ ଖସି ୧୦ମ ସ୍ଥାନରେ ପହଞ୍ଚିଛନ୍ତି । ବ୍ୟାଟ୍ସମ୍ୟାନ୍ ତାଲିକାରେ ଶୀର୍ଷରେ ଅଛନ୍ତି ବାବାର ଆଜମ । ବିରୋଟ କୋହଲି ଏହି ସିରିଜ୍ ଖେଳିନଥିବାରୁ ସେ ୪ ଟି ସ୍ଥାନ ତଳକୁ ଖସି ୧୯ତମ ସ୍ଥାନରେ ପହଞ୍ଚିଛନ୍ତି । ନ୍ୟୁଜିଲାଣ୍ଡ ଖେଳାଳିଙ୍କ ମାନ୍ୟତାରେ ସୁଧାର ଆସିଛି । କେନ୍ ୱିଲିୟମସନ ୧୨ତମ, ରସ୍ ଟେଲର ୫୧ ଓ ଟିସ୍ ସାଇଫର୍ଟ ୮୭ତମ ସ୍ଥାନରେ ପହଞ୍ଚିଛନ୍ତି ।

Loading...
>