ରୋହିତଙ୍କ ସହ ବ୍ୟାଟିଂ କରିବା ଚମତ୍କାର :  ବିରାଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିରୋଧରେ ଖେଳା ଯାଇଥିବା ପ୍ରଥମ ଦିନିକିଆରେ ବିସ୍ଫୋରକ ବ୍ୟାଟିଂ କରି ନିଜ କ୍ୟାରିଅରର ୩୬ତମ ଶତକ ପୂରଣ କରିଛନ୍ତି । ସେ ୧୦୭ଟି ବଲ ଖେଳି ୨୧ଟି ଚୌକା ଏବଂ ୨ଟି ଛକା ବଳରେ ୧୪୦ ରନ କରିଥିଲେ ।  ଫଳରେ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା ।  ବିରାଟ କୋହଲି ମାନିଛନ୍ତି ଯେ ରୋହିତ କ୍ରିଜରେ ଥିଲେ ବ୍ୟାଟିଂ ଆହୁରି ସହଜ ହୋଇଯାଏ । ଏହି ବିଜୟ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରବିଆନ ଦଳ ଭାଲ ବ୍ୟାଟିଂ କରିଥିଲା ଏବଂ ୩୨୦ ରନରୁ ଅଧିକ ରନ ସଂଗ୍ରହ କରିଥିଲା । କିନ୍ତୁ ଭଲ ପାର୍ଟନରସିପ ଭାରତକୁ ମ୍ୟାଚ ଜିତାଇଲା । ୱେଷ୍ଟଇଣ୍ଡିଜ ବିରୋଧରେ ୮ ୱିକେଟର ବିଜୟୀ ହେବା ପରେ କୋହଲି ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଖେଳର ଆନନ୍ଦ ଉଠାଇବା ପାଇଁ ତାଙ୍କ ନିକଟରେ ଆଉ ମାତ୍ର କିଛି ବର୍ଷ ବାକି ଅଛି । ଦେଶ ପାଇଁ ଖେଳିବା ଗର୍ବର ବିଷୟ ଏବଂ ବହୁତ ବଡ ସମ୍ମାନ । ଆପଣ କାହାର ଖେଳକୁ ହାଲକା ଭାବେ ନେଇପାରିବେ ନାହିଁ ।  କୋହଲି ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତଙ୍କୁ ଖେଳପ୍ରତି ସଚ୍ଚୋଟ ହେବା ଦରକାର  । ଭାରତ ପାଇଁ ଖେଳୁଥିବା ସମସ୍ତଙ୍କୁ ଏପରି ସୁଯୋଗ ମିଳେନାହିଁ ।
Loading...
>