Home Sports ୱେଷ୍ଟଇଣ୍ଡିଜର ବ୍ୟାଟିଂ ଜାରି : ମଧ୍ୟାହ୍ନ ସୁଦ୍ଧା ୮୬/୩

ୱେଷ୍ଟଇଣ୍ଡିଜର ବ୍ୟାଟିଂ ଜାରି : ମଧ୍ୟାହ୍ନ ସୁଦ୍ଧା ୮୬/୩

ହାଇଦ୍ରାବାଦ : ଆଜି ଏଠାରେ ଚାଲିଥିବା ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟରେ ଇଣ୍ଡିଜ ଦଳ ଟସ୍ ଜିଣି ବ୍ୟାଟିଂ ଆରମ୍ଭ କରିଛି । ଦଳ ମଧ୍ୟାହ୍ନ ସୁଦ୍ଧା ୮୬/୩ ରହିଛି । ଆଜି ଧୈର୍ଯ୍ୟର ସହ ଖେଳ ଆରମ୍ଭ କରିଥିଲେ ଲଗାତାର ଉଇକେଟ୍ ପଡିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଦୁଇ ଓପନ ଆଉଟ୍ ହେବା ସହ ଭଲ ବ୍ୟାଟିଂ କରୁଥିବା ସାଇ ହୋପ ୩୮ ରନ୍ କରି ଆଉଟ୍ ହୋଇଛନ୍ତି । ଭାରତ ପକ୍ଷରୁ ଅଶ୍ୱନି ପ୍ରଥମ ଉଇକେଟ ନେଇଥିବା ବେଳେ କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଓ ଉମେଶଙ୍କୁ ତୃତୀୟ ଉଇକେଟ ମିଳିଥିଲା । ଆଜି ମ୍ୟାଚରେ ଭାରତର ପୂର୍ବ ମ୍ୟାଚରେ ଖେଳିଥିବା ମହମ୍ମଦ ସାମିଙ୍କୁ ବିଶ୍ରାମ ଦେଇ ଶର୍ଦୁଲ ଠାକୁରଙ୍କୁ ଏକାଦଶରେ ସାମିଲ କରିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଠାକୁର ତାଙ୍କର ୨ ଓଭର ମଧ୍ୟ ବୋଲିଂ କରିନପାରି ଆହତ ହୋଇ ପଡିଆ ଛାଡିଛନ୍ତି । ଏହି ମ୍ୟାଚ ଜରିଆରେ ଠାକୁର ନିଜର ଟେଷ୍ଟ ପଦାର୍ପଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ପଡିଆକୁ ଫେରିଲେ ହାର୍ଦ୍ଦିକ : ଚୌକା-ଛକାର ବର୍ଷା କଲେ

ନୂଆଦିଲ୍ଲୀ : ଡିୱାଇ ପାଟିଲ ଟି-୨୦ କପରେ ବ୍ୟାଙ୍କ ଅଫ୍ ବରୋଦା ବିପକ୍ଷ ମ୍ୟାଚ୍ ରିଲାଏନ୍ସ-୧ ଟିମ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାୱାନ ଆଜି ଖେଳିଛନ୍ତି ।...

ଜମାଟୋର ଏହି ଡେଲିଭରୀ ପିଲାର ଫ୍ୟାନ୍ ହେଲେ ଲୋକେ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଏବେ ଜମାଟୋ ଡେଲିଭରୀ ପିଲାଙ୍କ ଏକ ଭିଡିଓ ଖୁବ୍ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଡେଲିଭରୀ ପିଲାର ଫ୍ୟାନ ପାଲଟି ଗଲେଣି । କିନ୍ତୁ କାହିଁକି ?...

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ଯାଚିକା ଦାଖଲ କଲେ ପବନ, ମାଗିଲେ ଏହି ସଜା

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ପବନ କୁମାର ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ ସୁଧାରାତ୍ମକ ଯାଚିକା ଦାୟର କରି ଫାଶୀ ବଦଳରେ ଆଜୀବନ ଜେଲ୍ ସଜା ଦେବାକୁ...

ନବୀନ ନିବାସରେ ଏକାଠି ଖାଇଲେ ଶାହ, ନୀତିଶ, ମମତା, ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର : ପୂର୍ବାଞ୍ଚଳ ଆଞ୍ଚଳିକ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ଏଥିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

Recent Comments

>