ୱାର୍ଣ୍ଣରଙ୍କୁ ଦୋଷ ଦେଲେ ସାମସନ : କହିଲେ ଆପଣ ମୋର ଦିନ ଖରାପ କରିଦେଲେ

ହାଇଦ୍ରାବାଦ : ସଞ୍ଜୁ ସାମସନଙ୍କ ଆକର୍ଷଣୀୟ ଶତକ ପାରି ଉପରେ ଡେଭିଭ ୱାର୍ଣ୍ଣରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଭାରି ପଡିଥିଲା । ଏକଥା ଭାରତୀୟ ବ୍ୟାଟ୍ସମ୍ୟାନ ସଞ୍ଜୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ମୋର ଦିନ ଖରାପ କରିଦେଲେ । ଗତକାଲି ଆଇପିଏଲର ଏକ ମ୍ୟାଚରେ ସାମସନ ଅପରାଜିତ ୧୦୨ ରନ କରିଥିଲେ କିନ୍ତୁ ତାଙ୍କର ଏହି ପ୍ରୟାସ ବେକାର ହୋଇଥିଲା । କାରଣ ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ(୩୭ ବଲରୁ ୬୯ରନ) ହାଇଦ୍ରାବାଦକୁ ବିଜୟୀ କରାଇବାରେ ସଫଳ ହୋଇଛି ।
ମ୍ୟାଚ ପରେ ୱାର୍ଣ୍ଣର ସାମସନଙ୍କ ଏକ ସାକ୍ଷାତକାର ନେଇଥିଲେ । ଏହି ଅବସରରେ ସଞ୍ଜୁ କହିଥିଲେ ରାଜସ୍ଥାନ ଦଳ ୨୫୦ ରନ କରିଥିଲେ ଯାଏଁ ଏହି ମ୍ୟାଚ୍ ବଞ୍ଚାଇ ପାରିଥାନ୍ତା । ସାମସନ କହିଥିଲେ ଆପଣ ମୋର ଦିନକୁ ବେକାର କରିଦେଲେ । ଆପଣ ଯେଉଁପରିକା ବ୍ୟାଟିଂ କଲେ ତା’ଆଗରେ ମୋର ଶତକ କିଛି ନଥିଲା । ଆପଣ ଯେଉଁପରି ଢଙ୍ଗରେ ପାରି ଆରମ୍ଭ କଲେ ଆମେ ପାୱାର ପ୍ଲେରୁ ହିଁ ମ୍ୟାଚ୍ ହାରିଯାଇଥିଲୁ । ଯଦି ଆପଣଙ୍କ ପରି ଖେଳାଳି ବିପକ୍ଷ ଟିମରେ ଥିବେ ତେବେ ଯେତିବାକୁ ହେଲେ ୨୫୦ ରନ ଆବଶ୍ୟକ । ସେହିପରି ୱାର୍ଣ୍ଣର ମଧ୍ୟ ସାମସନଙ୍କୁ ପ୍ରଶଂସା କରି କହିଥିଲେ ଯେ, ଏହି ପିଚରେ ଆପଣ ଯେଉଁଭଳି ଭାବେ ବ୍ୟାଟିଂ କଲେ ତାହା ଅବିଶ୍ୱସନୀୟ । ମୁଁ କେବେବି ଭାବି ନଥିଲି ଯେ, ଏହି ପିଚରେ ୨୦୦ ରନ ହେବ । କିନ୍ତୁ ଆପଣଙ୍କ ଉନ୍ନତ ଟେକନିକ୍ ଯୋଗୁଁ ଏହା ସମ୍ଭବ ହୋଇପାରିଥିଲା ବୋଲି ସେ କହିଥିଲେ ।

Loading...
>