ଏହି ଉପଲବ୍ଧି କରିବାରେ ଚତୁର୍ଥ ଭାରତୀୟ ହେବେ ଧୋନି !

ନୂଆଦିଲ୍ଲୀ : ଭାରତର ସଫଳ ଅଧିନାୟକ ତଥା ଉଇକେଟ୍ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ନାମରେ ଆଉ ଏକ ରେକର୍ଟ ଯୋଡି ହେବାକୁ ଯାଉଛି । ଏସିଆ କପରେ ୧୨୮ ରନ୍ କରିପାରିଲେ ୧୦ ହଜାର ରନ୍ କ୍ଲବରେ ସାମିର ହେବ । ଏହି କ୍ରମରେ ସେ ଚତୁର୍ଥ ଭାରତୀୟ ହୋଇପାରିବେ । ପୂର୍ବରୁ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି ୧୦ହଜାର ରନ୍ ଆଖଡା ପୂରଣ କରିସାରିଛନ୍ତି । ଏବେ ଧୋନିଙ୍କ ପାଇଁ ସୁଯୋଗ ରହିଛି । ସେ ମାତ୍ର ୧୨୮ ରନ୍ କରିପାରିଲେ ଏହି ଉପଲବ୍ଧି ହାସଲ କରିପାରିବେ । ଧୋନି ଏ ପର୍ଯ୍ୟନ୍ତ ୩୧୮ ଦିନିକିଆରେ ୫୦.୮୮ ଆଭରେଜ ସହ ୮୭.୬୭ଷ୍ଟ୍ରାଇକ୍ ରେଟରେ ୯୮୭୨ ରନ୍ କରିଛନ୍ତି । ଏଥିରେ ୬୭ ଅର୍ଦ୍ଧଶତକ ସହ ୯ଶତକ ସାମିଲ । ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ଅପରାଜିତ ୧୮୩ ରନ୍ ।

Loading...
>