ଷ୍ଟାର୍କଙ୍କୁ ଆଇପିଏଲ୍ ୨୦୧୯ ଦେଖିବାକୁ ମିଳିବନି

ସିଡନୀ: ଅଷ୍ଟ୍ରେଲିଆର ପେସର ମାଇକେଲ୍ ଷ୍ଟାର୍କ ଆସନ୍ତା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳିବେ ନାହିଁ । ଏଭଳି ଏକ ସୂଚନା ଅଷ୍ଟ୍ରେଲିଆରୁ ଆସିଛି । ବିଶ୍ୱକପ୍କୁ ସେ ଗୁରୁତ୍ୱ ଦେଉଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି । ତେଣୁ ଫ୍ରାଞ୍ଚାଇଜ୍ ଦଳ କୋଲକାତା ନାଇଟ୍ ରାଇଡ଼ର୍ସ ତାଙ୍କ ସ୍ଥାନରେ ଜଣେ ପ୍ରଭାବଶାଳୀ ପେସରଙ୍କୁ ସାମିଲ୍ କରିବା ପାଇଁ ଏବେଠାରୁ ଉଦ୍ୟମ ଆରମ୍ଭ କରିଛି । ଆଇପିଏଲ୍ରେ ଷ୍ଟାର୍କଙ୍କ ବିଶେଷ ଗୁରୁତ୍ୱ ରହିଛି । ତାଙ୍କୁ ଚଳିତ ସିଜିନ୍ରେ ୧.୪୭ ନିୟୁତ ଆମେରିକୀୟ ଡଲାରରେ କିଣାଯାଇଥିଲା । କିନ୍ତୁ ହାଡ଼ରେ ଆଘାତ ଯୋଗୁଁ ସେ ଖେଳିପାରି ନଥିଲେ । ନାଇଟ୍ ରାଇଡର୍ସ ତାଙ୍କୁ ଜଣାଇ ଦେଇଛି ଯେ, ଆସନ୍ତା ସିଜିନ୍ରେ ସେ ଆଇପିଏଲ୍ର ଅଂଶବିଶେଷ ହୋଇପାରିବେ ନାହିଁ । ଫିଟ୍ନେସ୍ ସମସ୍ୟା ଦୃଷ୍ଟିରୁ ତାଙ୍କୁ ନେଇ ଦଳ ଲିଷ୍ଟରେ ନେବାକୁ ଚାହୁଁନାହିଁ । ଷ୍ଟାର୍କ ମଧ୍ୟ ସୋଶିଆଲ୍ ମିଡ଼ିଆରେ କହିଛନ୍ତି ଯେ, କୋଲକାତା ନାଇଟ୍ ରାଇଡର୍ସ ଠାରୁ ସେ ଏଭଳି ନିର୍ଦ୍ଦେଶ ପାଇଛନ୍ତି । ସେ କହିଛନ୍ତି ଯେ, ଦୁଇ ଦିନ ତଳେ କୋଲକାତା ନାଇଟ୍ ରାଇଡ଼ର୍ସ ଠାରୁ ଏକ ମେସେଜ୍ ପାଇଥିଲି । ସେôତରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ତାଙ୍କୁ ଚୁକ୍ତିରୁ ବହିର୍ଭୁତ କରାଯାଇଛି । ଏହି ଘଟଣା କୋଲକାତା ନାଇଟ୍ ରାଇଡ଼ର୍ସ ଉପରେ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରାଯାଉଛି । ଆସନ୍ତା ମାସରେ ପରବର୍ତ୍ତୀ ଆଇପିଏଲ୍ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ଏବଂ ଷ୍ଟାର୍କ ସେଥିରେ ବାଗ ନେଇପାରିବେ ନାହିଁ ।

Loading...
>