ବିଶ୍ୱକପ୍ ଟିମ୍ ଘୋଷଣା କଲା ଇଂଲଣ୍ଡ

ନୂଆଦିଲ୍ଲୀ : ଆଗାମୀ ଦିନିକିଆ ବିଶ୍ୱକପ୍ ପାଇଁ ଘରୋଇ ଇଂଲଣ୍ଡ ଦଳ ତା’ର ୧୫ଜଣିଆ ଦଳ ଘୋଷଣା କରିଛି । ଏଥିରେ ଇୟାନ ମୋର୍ଗାନଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ଜୋନି ବେୟରଷ୍ଟୋ ଓ ଜୋସ ବଟଲରଙ୍କ ରୂପରେ ଦୁଇ ଉଇକେଟ କିପରକୁ ସ୍ଥାନ ମିଳିଛି । ଏଥିରେ ୫ଜଣ ଓପିନଂ କରିଥିବା ବ୍ୟାଟ୍ସମ୍ୟାନ ରହିଛନ୍ତି । ସେହିପରି ୨ଜଣ ସ୍ପିନର ଓ ୪ଜଣ ସ୍ପେଶାଲିଷ୍ଟ ପେସରଙ୍କ ସହ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ମଧ୍ୟ ସାମିଲ ହୋଇଛନ୍ତି ।
ଘୋଷିତ ଦଳ- ଇୟାନ ମୋର୍ଗାନ(ଅଧିନାୟକ), ମୋଇନ ଅଲ୍ଲୀ, ଜୋନି ବ୍ରଷ୍ଟୋ, ଜୋସ ବଟଲର, ଟମ୍ କୁରାନ, ଜଏ ଡେନଲୀ, ଆଲେକ୍ସ ହେଲ୍ସ, ଲିଆମ୍ ପ୍ଲୁନକେଟ୍, ଅଦିଲ ରସିଦ, ଜୋଏ ରୁଟ, ଜୋସନ ରାଓ, ବେନ୍ ଷ୍ଟୋକ୍ସ, ଡାଭିଡ ୱାଲି, କ୍ରିସ୍ ୱାକ୍ସ ଓ ମାର୍କ ଉଡ ।

Loading...
>