ଅମ୍ପିୟାରଙ୍କଠାରୁ କାହିଁକି ବଲ ନେଲେ ଧୋନି ?

ନୂଆଦିଲ୍ଲୀ: ଗତକାଲି ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ସିରିଜ୍ର ଅନ୍ତିମ ମ୍ୟାଚ ଶେଷ ପରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଉଇକେଟ୍ କିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନି ଅମ୍ପିୟାରଙ୍କଠାରୁ ବଲ୍ ସଂଗ୍ରହ କରୁଥିବା ଟିଭି ପରଦାରେ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି । ଏହାକୁ ନେଇ କେହି କେହି ଭାବୁଛନ୍ତି ଧୋନି ଖୁବ୍ଶୀଘ୍ର କ୍ରିକେଟକୁ ଅଲବିଦା ଜଣାଇପାରନ୍ତି ।ଗତକାଲି ଲର୍ଡସ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଅନ୍ତିମ ଦିନିକିଆରେ ଭାରତ ହାରିବା ପରେ ଏପରି କିଛି ହେଲା ଯାହାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ମ୍ୟାଚ୍ ଶେଷ ହେବ ପରେ ଡ୍ରେସିଂ ରୁମକୁ ଫେରୁଥିବା ସମୟରେ ମହେନ୍ଦ୍ର ସିଂ ଧୋନୀ ଅମ୍ପାୟାରଙ୍କ ଠାରୁ ମ୍ୟାଚର ବଲ୍ ନେଇଥିବା ଦେଖାଯାଇଥିଲା । ଏହା ପରେ ତାଙ୍କ ପ୍ରଶଂସକଙ୍କୁ ଲାଗୁଛି କି ଧୋନୀ କିଛି ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ଧୋନୀଙ୍କ ସହ ଜଡିତ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇ ଯାଇଛି କି ଧୋନୀ କ୍ରିକେଟକୁ ଅଲବିଦା କରିବାକୁ ଯାଉଛନ୍ତି ।  ଧୋନୀ କାହିଁକି ଅମ୍ପାୟାରଙ୍କଠୁ ବଲ୍ ନେଲେ ତାକୁ ନେଇ ଉଠିଛି ପ୍ରଶ୍ନ । ପ୍ରତିକୂଳ ପରିସ୍ଥିତିରେ ଦଳକୁ ବିପଦରୁ ମୁକ୍ତ କରୁଥିବା ଧୋନୀ ଇଂଲଣ୍ଡ ବିରୋଧରେ ତୃତୀୟ ଦିନିକିଆରେ କିଛି କରିସ୍ମା କରି ପାରି ନଥିଲେ । ଧୋନୀ ୬୬ ବଲରୁ ମାତ୍ର ୪୨ ରନ୍ କରିଥିଲେ । ଫଳରେ ଭାରତ ଇଂଲଣ୍ଡକୁ ବଡ ଲକ୍ଷ୍ୟ ଦେଇ ପାରି ନଥିଲା  । ଜୟ ରୁଟଙ୍କ ଅପରାଜୟ ଶତକ ଏବଂ ଇଆନ ମୋର୍ଗାନଙ୍କ ୮୮ ରନରେ ହୋଇଥିବା ୧୮୬ ରନର ପାର୍ଟନରସିପ୍ ବଳରେ ଇଂଲଣ୍ଡ ଭାରତକୁ ଶେଷ ଦିନିକିଆରେ ୮ ୱିକେଟରେ ପରାସ୍ତ କରିଛି । ଏହା ସହ ୨-୧ରେ ସିରିଜ୍ ମଧ୍ୟ ହାରିଛି ଦଳ ।
Loading...
>