ରୌପ୍ୟରେ ସନ୍ତୁଷ୍ଟ ହେଲେ ସିନ୍ଧୁ, ଫାଇନାଲରେ ହାରିଲେ

ଜାକର୍ତ୍ତା: ଏସିଆନ୍ ଗେମ୍ସର ବ୍ୟାଡମିଣ୍ଟନ ବିଭାଗର ମହିଳା ବର୍ଗର ଫାଇନାଲ ମ୍ୟାଚରେ ଆଜି ଭାରତର ପିଭି ସିନ୍ଧୁ ତାଙ୍କ ପ୍ରତିପକ୍ଷଙ୍କ ନିକଟରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି । ପ୍ରତିପକ୍ଷ ଜୁ ୱିଙ୍ଗଠାରୁ ୧୩-୨୧, ୧୬-୨୧ ସେଟରେ ପରାସ୍ତ ହୋଇଛନ୍ତି । ଗତକାଲି ସାଇନା ନେହୱାଲ୍ ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ ଏସିଆନ୍ ଗେମ୍ସ ପଦକ ଜିତିଥିଲା । ସିନ୍ଧୁ ରୌପ୍ୟ ଜିତିଥିଲେ ମଧ୍ୟ ଭାରତୀୟ ବ୍ୟାଡମିଣ୍ଟନ ପ୍ରଶଂସକଙ୍କମାନେ ସେ ସ୍ୱର୍ଣ୍ଣ ଜିତିବେ ବୋଲି ଆଶା କରିଥିବାରୁ ସେମାନେ ନିରାଶ ହୋଇଛନ୍ତି ।

Loading...
>