Home Sports ଆଡିଲେଡ ଟେଷ୍ଟରେ ପୃଥ୍ୱୀଙ୍କ ସ୍ଥାନ ନେଇପାରନ୍ତି ଏହି ତିନି ଖେଳାଳି

ଆଡିଲେଡ ଟେଷ୍ଟରେ ପୃଥ୍ୱୀଙ୍କ ସ୍ଥାନ ନେଇପାରନ୍ତି ଏହି ତିନି ଖେଳାଳି

ସିଡନୀ : ଭାରତ ଓ ଅଷ୍ଟ୍ରେଲିଆ ଏକଦଶ ମଧ୍ୟରେ ଚାଲିଥିବା ଅଭ୍ୟାସ ମ୍ୟାଚରେ ଭାରତ ପାଇଁ ଏକ ଖରାପ ଖବର ଆଣିଦେଇଛି । ଏହି ମ୍ୟାଚ ଅବସରରେ ଯୁବ ଓପନର ପୃଥ୍ୱୀ ଶ’ ଆହତ ହୋଇ ଆଡିଲେଟ ଟେଷ୍ଟରୁ ବାହାର ହୋଇଛନ୍ତି । ଏହି ଟେଷ୍ଟରେ ତାଙ୍କ ସ୍ଥାନ ପୂରଣ କରିବାକୁ ଭାରତରେ ବହୁ ଖେଳାଳି ରହିଥିଲେ ମଧ୍ୟ ଏହି ତିନିଜଣଙ୍କ ନାମ ସବାଆଗରେ ରହିଥିବା ଜଣାପଡିଛି ।


ମୟଙ୍କ ଅଗ୍ରୱାଲ : ଘରୋଇ କ୍ରିକେଟରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସୁଥିବା କର୍ନାଟକ ଓପନର ମୟଙ୍କ ଅଗ୍ରୱାଲ ପୃଥ୍ୱୀଙ୍କ ସ୍ଥାନ ନେଇପାରନ୍ତି ବୋଲି ଜଣାପଡିଛି । ତାଙ୍କୁ ଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ସାମିଲ କରାଯାଇଥିଲେ ମଧ୍ୟ ତାଙ୍କୁ ଖେଳିବାର ସୁଯୋଗ ମିଳିନଥିଲା । ପରେ ପରେ ତାଙ୍କୁ ଅଷ୍ଟ୍ରେଲିଆ ସିରିଜରୁ ବାଦ ଦିଆଯାଇଥିଲା । ଏବେ ସେ ଭାରତ ଏ ପକ୍ଷରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳି ଭଲ ପ୍ରଦର୍ଶନ କରୁଛନ୍ତି ।


ଶିଖର ଧାୱନ : ଧାୱନ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖରାପ ପ୍ରଦର୍ଶନ କରିବା ପରେ ତାଙ୍କୁ ଦଳରୁ ବାହାର କରାଯାଇଛି । କିନ୍ତୁ ଏହି ଦିନଠାରୁ ସେ ଧଳା ବୋଲରେ ଭଲ ଖେଳୁଛନ୍ତି । ଏବେ ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ସେ ମ୍ୟାନ୍ ଅଫ୍ ଦି ସିରିଜ ବିବେଚିତ ହୋଇଛନ୍ତି । ଏହି କାରଣରୁ ତାଙ୍କୁ ପୃଥ୍ୱୀଙ୍କ ବଦଳ ଖେଳାଳି ଭାବେ ବିସିସିଆଇ ସାମିଲ କରିପାରେ ।


ଦିନେଶ କାର୍ତ୍ତିକ : ଦିନେଶ କାର୍ତ୍ତିକ ଏମିତି ଜଣେ ବ୍ୟା୍ଟ୍ସମ୍ୟାନ୍ ସବୁ ସ୍ଥାନରେ ଖେଳିପାରନ୍ତି । ସେ ଆଗରୁ ମଧ୍ୟ ୨୦୦୭ ମସିହାରେ ଭାରତ ପାଇଁ ଓପନର ଭାବେ ଖେଳିଛନ୍ତି । ଏବେ ସେ ଜବରଦସ୍ତ ଫର୍ମରେ ଥିବାରୁ ତାଙ୍କୁ ଦଳ ମଧ୍ୟ ଏହି ସ୍ଥାନରେ ନେଇପାରେ ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପୁରୀ: ଗତକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ୮ଟା ୧୦ରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ...

ପଡିଆକୁ ଫେରିଲେ ହାର୍ଦ୍ଦିକ : ଚୌକା-ଛକାର ବର୍ଷା କଲେ

ନୂଆଦିଲ୍ଲୀ : ଡିୱାଇ ପାଟିଲ ଟି-୨୦ କପରେ ବ୍ୟାଙ୍କ ଅଫ୍ ବରୋଦା ବିପକ୍ଷ ମ୍ୟାଚ୍ ରିଲାଏନ୍ସ-୧ ଟିମ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାୱାନ ଆଜି ଖେଳିଛନ୍ତି ।...

ଜମାଟୋର ଏହି ଡେଲିଭରୀ ପିଲାର ଫ୍ୟାନ୍ ହେଲେ ଲୋକେ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଏବେ ଜମାଟୋ ଡେଲିଭରୀ ପିଲାଙ୍କ ଏକ ଭିଡିଓ ଖୁବ୍ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଡେଲିଭରୀ ପିଲାର ଫ୍ୟାନ ପାଲଟି ଗଲେଣି । କିନ୍ତୁ କାହିଁକି ?...

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ଯାଚିକା ଦାଖଲ କଲେ ପବନ, ମାଗିଲେ ଏହି ସଜା

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ପବନ କୁମାର ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ ସୁଧାରାତ୍ମକ ଯାଚିକା ଦାୟର କରି ଫାଶୀ ବଦଳରେ ଆଜୀବନ ଜେଲ୍ ସଜା ଦେବାକୁ...

Recent Comments

>