ପାରା ଏସିଆନ୍ ଗେମ୍ସରେ ଓଡିଆ ପୁଅ ପ୍ରମୋଦଙ୍କ କମାଲ, ଦେଶ ପାଇଁ ସ୍ୱର୍ଣ୍ଣ ଜିତିଲେ

ଜାକର୍ତ୍ତା : ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ପାରା ଏସିଆନ୍ ଗେମ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ବ୍ୟାଡମିଣ୍ଟନ୍‌ ପୁରୁଷ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ମିଳିଛି।ଫାଇନାଲରେ ସେ ଇଣ୍ଡୋନେସିଆର ଉକୁନ ରୁକାଏନ୍ଦିଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।ଶୁକ୍ରବାର ଖେଳା ଯାଇଥିବା ପୁରୁଷ ସିଙ୍ଗଲ୍ସ ସେମି ଫାଇନାଲ୍‌ରେ ସେ ଭିଏତ୍‌ନାମର ତ୍ରିନ୍ ନ ତୁଆନ୍‌ଙ୍କୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲେ।ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ପାଇଥିବା ପ୍ରମୋଦ ପୁରୁଷ ଯୁଗଳର ସେମି ଫାଇନାଲ୍‌ରେ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ।ଏହା ପୂର୍ବରୁ ଓଡ଼ିଆ ଝିଅ ଜୟନ୍ତୀ ବେହେରା ୨୦୦ ମିଟର ଦୌଡ଼ରେ କାଂସ୍ୟ ଓ ୪୦୦ ମିଟରରେ ରୌପ୍ୟ ଜିତି ରାଜ୍ୟ ପାଇଁ ଗୌରବ ଆଣିଥିଲେ।

Loading...
>