କୋହଲି ଓ ମୀରାବାଇଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳ ଦିନ ରାଷ୍ଟ୍ରପତି ଭବନରେ ଖେଳରେ ବିଶେଷ ସଫଳତା ଅର୍ଜନ କରିଥିବା ଖେଳାଳିମାନଙ୍କୁ ସମ୍ମାନିତ କରିଛନ୍ତି । ଏହି ଅବସରରେ ସର୍ବୋଚ୍ଚ ସମ୍ମାନ ରାଜୀବ ଗାନ୍ଧୀ ଖେଳ ରତ୍ନ, ଅର୍ଜୁନ ପୁରସ୍କାର ଓ କୋଚଙ୍କ ପାଇଁ ଦ୍ରୋଣଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ଏହି ସମାରୋହରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ମୀରାବାଇ ଚାନୁଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପ୍ରଦାନ କରିଛନ୍ତି । କୋହଲି ଓ ଚାନୁଙ୍କୁ ପଦକ, ମାନପତ୍ର ସହ ୭.୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି ସମୟରେ ବିରାଟ କୋହଲିଙ୍କ ସହ ତାଙ୍କର ମାଆ ଓ ପତ୍ନୀ ଅନୁଷ୍କା ଶର୍ମା ଉପସ୍ଥିତ ଥିଲେ । ସେହିପରି ଅର୍ଜୁନ ପୁରସ୍କାର ପାଇଥିବା ଖେଳାଳିମାନେ ହେଲେ ମହିଳା କ୍ରିକେଟର ସ୍ମୃତି ମାନ୍ଧାନା, ଧାବିକା ହିମା ଦାସ, ନୀରଜ ଚୋପଡା, ଟେବୁଲ ଟେନିସ ଖେଳାଳି ମାନିକା ବାତ୍ରା ପ୍ରମୁଖ ।

Loading...
>