ଧୋନିଙ୍କୁ ପୁଣି ଅଧିନାୟକ ଦାୟିତ୍ୱ

ଦୁବାଇ : କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କୁ ପୁଣି ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଆଜି ଅନୁଷ୍ଠିତ ହୋଇଥିବା ଆଫ୍ଗାନିସ୍ତାନ ବିପକ୍ଷ ସୁପର-୪ ମ୍ୟାଚରେ ସେ ଅଧିନାୟକ ଦାୟିତ୍ୱ ତୁଲାଇ ଥିିଲେ । ଅଧିନାୟକ ରୋହିତ ଶର୍ମା ଓ ଉପ ଅଧିନାୟକ ଶିଖର ଧାୱନଙ୍କ ଅନୁପସ୍ଥିତିରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ସୂଚନାଯୋଗ୍ୟ ଆଜି ମ୍ୟାଚ ଭାରତ ପାଇଁ କୌଣସି ଗୁରୁତ୍ୱବହନ କରୁନଥିବାରୁ ଦଳ ତା’ର ପ୍ରମୁଖ ଖେଳାଳିମାନଙ୍କୁ ବିଶ୍ରାମ ଦେଇ ସିରିଜରେ କୌଣସି ମ୍ୟାଚ ଖେଳିନଥିବା ଖେଳାଳିଙ୍କୁ ସୁଯୋଗ ଦେଇଛି । ମ୍ୟାଚରେ ଯୁବ ଫାଷ୍ଟବୋଲର ଦୀପକ ଚହର ନିଜର ଅନ୍ତର୍ଜାତୀୟ ଦିନିକିଆ କ୍ୟାରିଅର ଆରମ୍ଭ କରିଛନ୍ତି ।

Loading...
>