କୋହଲିଙ୍କ ମୋଟ ଆୟ ପରିମାଣ ୨୪ ନିୟୁତ ଆମେରିକୀୟ ଡଲାର

ନୂଆଦିଲ୍ଲୀ: ଫୋର୍ବସ ଦ୍ୱାରା ପ୍ରସ୍ତୁତ ସବୁଠୁ ଅଧିକ ଆୟ କରୁଥିବା ଖେଳାଳି ତାଲିକାରେ ଭାରତର ବିରାଟ କୋହଲି ସ୍ଥାନ ପାଇଛନ୍ତି । ଭାରତୀୟ ଏକମାତ୍ର ଆଥଲେଟ୍ ଭାବେ ଏଥିରେ ସେ ଅଛନ୍ତି । ବିଭିନ୍ନ ସୂତ୍ରରୁ ସେ ଯେତିକି ଆୟ କରୁଛନ୍ତି, ତାହା ଅନ୍ୟମାନଙ୍କଠାରୁ ଯଥେଷ୍ଟ ଅଧିକ । ଏହି ତାଲିକାରେ ଆମେରିକାର ବକ୍ସର ଫ୍ଲଏଡ୍ ମୋନି ପ୍ରଥମ ସ୍ଥାନରେ ଅଛନ୍ତି । କୋହଲି ତାଲିକାର ୮୩ତମ ସ୍ଥାନରେ ଅଛନ୍ତି । ତାଙ୍କର ମୋଟ ଆୟ ପରିମାଣ ୨୪ ନିୟୁତ ଆମେରିକୀୟ ଡଲାର । ବିଭିନ୍ନ କମ୍ପାନୀର ବିଜ୍ଞାପନ ଏବଂ ଅନ୍ୟାନ୍ୟ ସୂତ୍ରରୁ ସେ ଯେତିକି ରୋଜଗାର କରୁଛନ୍ତି, ତାହା ଅନ୍ୟ କୌଣସି ଭାରତୀୟ ଆଥଲେଟ୍‌ଙ୍କଠାରୁ ବହୁ ଉଚ୍ଚ । ସେହିପରି, ତାଙ୍କର ବ୍ରାଣ୍ଡ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । କୋହଲି ୫ ଭାରତୀୟମାନଙ୍କଠାରୁ ଅନ୍ୟତମ, ଯିଏକି ଏ ପ୍ଲସ ବର୍ଗର ଚୁକ୍ତିବଦ୍ଧ ଖେଳାଳି । କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ତାଙ୍କର ପ୍ରଶଂସକ ସଂଖ୍ୟା ଯଥେଷ୍ଟ ଅଧିକ । ବିଦେଶରେ ସେ ଅନ୍ୟତମ ସବୁଠୁ ଲୋକପ୍ରିୟ ଆଥଲେଟ୍ । ତାଙ୍କର ଟ୍ୱିଟର ଅନୁଗାମୀ ସଂଖ୍ୟା ୨୫ ନିୟୁତରୁ ଅଧିକ ବୋଲି ଫୋର୍ବସ ଦ୍ୱାରା ଜାରି ହୋଇଥିବା ଏକ ପ୍ରେସ୍ ବିବୃତିରେ କୁହାଯାଇଛି ।

Loading...
>